csstore

ସାଇଡୁଙ୍ଗୁରିପାଲିରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକର ସାଇଡୁଙ୍ଗୁରିପାଲିଠାରେ ନାବାର୍ଡ ସହାୟତାରୁ ଦେବଦତ୍ତ କ୍ଲବର ତତ୍ୱାବଧାନରେ ଅଞ୍ଚଳର ମହିଳାମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଗାଇସିଲାଟ ବ୍ଳକର ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନାବାର୍ଡ ବରଗଡର ଜିଲ୍ଲା ବିକାଶ ଅଧିକାରୀ ହଟକିଶୋର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ପଂଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟାପିକା ପ୍ରତିକ୍ଷା ଡନସନା ସଭା ପରିଚାଳନା କରିଥିଲେ ଓ ଦେବଦତ କ୍ଲବ ସଭାପତି କିଶୋର ଚନ୍ଦ୍ର ପଣ୍ଡା, ଉପ ସଭାନେତ୍ରୀ ଜୟଶ୍ରୀ ପାତ୍ର, ସଂପାଦକ କାହ୍ନୁ ଚରଣ ମାଝୀ, ରୁଦ୍ର ସାହୁ, ମହାଶକ୍ତି ଫାଉଣ୍ଡେସନର ରୋଜାଲିନ ଭୂୟାଁ, ନ୍ୟୁ ଲାଇଫ ଫାଉଣ୍ଡେସନର କଲାକାହ୍ନୁ ଦୀପ, ପଂଚାୟତ ମହାବିଦ୍ୟାଳୟ ବରଗଡର ଅଧ୍ୟପକ ଅମରେନ୍ଦ୍ର ନାରାୟଣ ଯାଦବ, ପ୍ରବୀଣ ପାଣିଗ୍ରାହୀ ଉପସ୍ଥିତ ଥିଲେ । ପ୍ରଥମେ ଛିନ୍ଦ୍ରାପାଲି ମହିଳା ସଂକୀର୍ତନ ଦଳ ତରଫରୁ ଏକ ଶୋଭାଯାତ୍ରା କରାଯାଇଥିଲା ଓ ମହିଳାଙ୍କ ଅଧିକାର, ମହିଳାକୁ ସମ୍ମାନ, କର୍ତବ୍ୟ ଉପରେ ସଭାରେ ଆଲୋଚନା କରାଯାଇଥିଲା । ଅଂଶଗ୍ରହଣ କରିଥିବା ଝୋଟି, ହୁଳହୁଳି, ଚିତ୍ରାଙ୍କନ, ଶ୍ରେଷ୍ଠ ଆନିମେଟର, ଶ୍ରେଷ୍ଠ ମହିଳା ଉଦ୍ୟୋଗୀ, ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ଶତାଧିକ ମହିଳା ଯୋଗଦେଇଥିବା ବେଳେ କାହ୍ନୁ ଚରଣ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.