pr

ପଶ୍ଚିମ ଓଡିଶା ଲୋକକଳା ପୁନରୁଦ୍ଧାର ପରିଷଦର ତୃତୀୟ ବାର୍ଷିକ କଳା ପ୍ରତିଭା ମହାସମ୍ମିଳନୀ ଅନୁଷ୍ଠିତ

dr. purohit

ପାଟଣାଗଡ, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ଲୋକକଳା ପୁନରୁଦ୍ଧାର ପରିଷଦ ବଲାଙ୍ଗିରର ତୃତୀୟ ବାର୍ଷିକ କଳା ପ୍ରତିଭା ମହାସମ୍ମିଳନୀ ମାଁ ପାଟଣେଶ୍ୱରୀ ମହାବିଦ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଲୋକକବି ହଲଧର ନାଗ, ସମ୍ମାନୀତ ଅତିଥି ଭାବେ ପାଟଣାଗଡ ପଞ୍ଚାୟତ ସମିତି ଅଧକ୍ଷ ଭକ୍ତବନ୍ଧୁ ନାଏକ ଓ ସଭାପତି ଶ୍ରୀଯୁକ୍ତ ଅମୂଲ୍ୟ ପୁଟେଲ ଯୋଗଦାନ କରି ଲୁପ୍ତ ହୋଇଯାଉଥିବା କଳାର ପୁନରୁଦ୍ଧାର ଉପରେ ପରିଷଦର ଉଦ୍ୟମକୁ ଭୁୟଶି ପ୍ରଶଂସା କରିଥିଲେ ।ଉକ୍ତ କାର୍ୟ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ଜୌସ୍ନାମୟୀ ସାହୁ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ କରମ ସିଂ ସରାଫ, ସୁଶିଲ କୁମାର ଗୁରୁ, ବିଶିଷ୍ଟ ସାହିତ୍ୟିକ କ୍ଷୀରୋଦ କୁମାର ଷଡଙ୍ଗୀ, ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖି ଥିଲେ । ଏହି ଅବସରରେ ବିଭିନ୍ନ ଗ୍ରାମରୁ ଆସିଥିବା ସଙ୍କୀର୍ତ୍ତନ ଦଳ, ଘୁମୁରା, ସଂଚାର, ଙ୍ଖଜଣୀ, ପାଲା, ଦୁଲଦୁଲି ଓ କରମା ଦଳ ନିଜର କଳାକୁ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ନେଇଥିଲେ । ଶେଷରେ ସଂଘ ସମ୍ପାଦକ ମିନୀକେତନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ଓ ପୁରନଦର ପୁଟେଳ, ଥବିର ସାହୁ, ନରେନ୍ଦ୍ର ମେହେର, ଦୀନବନ୍ଧୁ ବଗର୍ତ୍ତୀ, ବିଭୀଷଣ ମାଝୀ, ବେଣୁଧର ପୁଟେଲ, ଗୋଲାପ ଜେନା ଓ ତୁଲାରାମ ବଗର୍ତ୍ତୀ ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.