jayashree

ଆଉଥରେ ସଂସ୍କୃତି ମନସ୍କ ହେବା : ସ୍ୱାମୀ ଚିଦାନନ୍ଦ ମହାରାଜ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ସମାଜ ସଂସ୍କାରକ ସନ୍ଥ ପଦ୍ମଶ୍ରୀ ବାବା ବଳିଆଙ୍କ କୃପା ପାତ୍ର ଶିଷ୍ୟ ତଥା ଇଣ୍ଟର୍ ନ୍ୟାସନାଲ ଗୀତା ମିଶନର ଅଧ୍ୟକ୍ଷ ଡ. ସ୍ୱାମୀ ଚିଦାନନ୍ଦ ମହାରାଜ ନିଜର ପାଞ୍ଚଦିନିଆ ରାଉରକେଲା ଗସ୍ତ କାର୍ଯ୍ୟକ୍ରମକୁ ପରିସମାପ୍ତି କରିଛନ୍ତି । ପୂଜ୍ୟ ସ୍ୱାମୀଜୀ ଏହି ଅବସରରେ ବେଦବ୍ୟାସ ଗୁରୁକୁଳ ବିରମିତ୍ରପୁର ପି.ଏମ୍. ଶ୍ରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର୍ ୪ ସ୍ଥିତ ସରକାରୀ ମହାବିଦ୍ୟାଳୟ, ବାଳସୁଧାର କେନ୍ଦ୍ର ନିରାପତ୍ତା ଗୃହ, ଶୁଭସ୍ଥିତି ଆପାର୍ଟମେଣ୍ଟ, ଗୋପବନ୍ଧୁ ପାଠାଗାର ଆଦି ବିଭିନ୍ନ ସ୍ଥାନରେ ବେଦ ଉପନିଷଦ ଗୀତା ଭାଗବତ ଓ ବିଭିନ୍ନ ପୁରାଣ ଆଦିର ସାମାଜିକ ଓ ବୈଜ୍ଞାନିକ ବିଶ୍ଳେଷଣ ସହ ଆଧାତ୍ମିକ ସାଧନା ସମନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ୱାମୀ ଚିଦାନନ୍ଦ ମହାରାଜ କହିଥିଲେ ଯେ, ଭାରତ ବର୍ଷର ମଣିଷ ଋଷିର ସନ୍ତାନ । ସମସ୍ତଙ୍କ ଗୋତ୍ର ହିଁ ତାର ପ୍ରମାଣ । ଏଣୁ ଆମମାନଙ୍କ କର୍ମ ଓ ବିଚାର ବୋଧଶାସ୍ତ୍ରାନୁକୁଳ ହେବା ଆବଶ୍ୟକ । ଭାରତୀୟ ସଂସ୍କୃତି ଓ ପରଂପରା ମଧ୍ୟରେ ବାସ୍ତବଶାନ୍ତି ଓ ଆନନ୍ଦର ବାର୍ତ୍ତା ଲୁଚି ରହିଅଛି । ଆଧୁନିକ ସମାଜର ପ୍ରତିଟି ମଣିଷ ସଂସ୍କୃତି ମନସ୍କ ହେବା ଉଚିତ । ମାନବିକତା ହେଉଛି ସର୍ବଶେଷ୍ଠ ଧର୍ମ, ଶାସ୍ତ୍ର ବର୍ଣ୍ଣିତ ବିଜ୍ଞାନ ଆଧୁନିକ ବିଜ୍ଞାନ ଠାରୁ ଅଧିକ ବିକଶିତ । ପଞ୍ଚଦିବସାତ୍ମକ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ, ବସୁଧୈବ କୁଟୁମ୍ବକମ ଅନୁଷ୍ଠାନର ସଭାନେତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ଇଂ ନବଘନ ସାହୁ, ଶର୍ମିଷ୍ଠା କବିଶତପଥି, ଶଙ୍କର ପ୍ରସାଦ ତ୍ରୀପାଠୀ, ବିଶ୍ୱନାଥ ଜେନା, ରାଜୀବ ପାଣି, ଅନିଲ ଦାଶ ଓ ଅନ୍ୟ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.