jayashree

ଦ୍ୱିଦିବସୀୟ ଜେଡବ୍ଲୁଟି ଫୁଟବଲ ପ୍ରତିଯୋଗିତା ସମ୍ପନ୍ନ

  • ଟାଙ୍ଗରପାଲି ବଟରଫ୍ଲାଇ ଚମ୍ପିୟାନ ଓ ବିରୁଡି ଏଫ୍‌ସି ରନର୍ସଅପ୍

ରାଉରକେଲା, (ସସ୍ମିତା ପ୍ରଧାନ) : ଟାଙ୍ଗରପାଲିର ମୁଣ୍ଡାବସ୍ତି ହକି ପଡିଆ ଠାରେ ଆୟୋଜିତ ୫ମ ଦ୍ୱିଦିବସୀୟ ଜୀବନ ୱେଲଫେୟାର ଟ୍ରଷ୍ଟ (ଜେଡବ୍ଲୁଟି) ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳରୁ ପ୍ରାୟ ୧୬ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍‌ରେ ଟାଙ୍ଗରପାଲି ବଟରଫ୍ଲାଇ ଓ ବିରୁଡି ଏଫ୍‌ସି ମଧ୍ୟରେ ଖେଳାଯାଇଥିଲା । ଶେଷରେ ବଟରଫ୍ଲାଇ ଦଳ ୨-୦ ବିରୁଡି ଏଫ୍‌ସିକୁ ହରାଇ ଚମ୍ପିୟାନ ହେବା ସହ ଚମ୍ପିୟାନ କପ୍ ସହ ନଗଦ ୩୦ ହଜାର ଟଙ୍କା ଓ ବିରୁଡି ଦଳ ରନର୍ସ କପ୍ ସହ ୨୦ ହଜାର ଟଙ୍କା ପୁରସ୍କାର ଲାଭ କରିଥିଲେ । ସେହିପରି ଶ୍ରେଷ୍ଠ ଗୋଲକିପର, ଶ୍ରେଷ୍ଠ ରକ୍ଷଣ, ଶ୍ରେଷ୍ଠ ସ୍କୋରର ଓ ମ୍ୟାନ ଅଫ୍ ମ୍ୟାଚ୍‌ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀ ମୁଖ୍ୟଅତିଥି, ସମାଜସେବୀ କେଶବ ଚନ୍ଦ୍ର ରାଉତ, ପି ପି ରାୟ ସମ୍ମାନିତ ଅତିଥି ଓ ବିଶପ ଡ଼ଃ ଅଭିଜିତ ପଲ ଲାକ୍ରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ନିଜ ବକ୍ତବ୍ୟରେ ଖେଳ ମାଧ୍ୟମରେ ଶାରିରୀକ ସୁସ୍ଥତା, ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବା ସହ ଖେଳ ମାଧ୍ୟମରେ ନିଜର କ୍ୟାରିୟର ଗଢି ପାରିବ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଗ୍ରାମାଞ୍ଚଳରେ ଏହା ସମସ୍ତଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରେ ବୋଲି ମତ ରଖିଥିଲେ । ସେହିପରି ଏହି ଅବସରରେ ସ୍ଥାନୀୟ ଶତାଧିକ ବୃଦ୍ଧବୃଦ୍ଧାଙ୍କୁ ଅନୁଷ୍ଠାନ ତରଫରୁ କମ୍ବଳ ବଣ୍ଟନ କରାଯାଇଥିଲା । ଅନ୍ୟ ଅତିଥିଙ୍କ ମଧ୍ୟରେ ଆରଆଇ ଗୌତମ ଓରାମ, ସରପଞ୍ଚ ବିନୋଦ କେରକେଟା, ଏସ୍‌ ନାଗେସ ରାଓ, ଅକ୍ଷୟ ପ୍ରହାରାଜ, ଅନିଲ ମାର୍କ, ରାଧେଶ୍ୟାମ ଓରାମ, ମୁନା ତନ୍ତୀ, ଚମ୍ପା ମିଞ୍ଜ, ଦିଲ୍ଲୀପ ସିଂ, ଶ୍ରୀନିବାସ ବେହେରା, ପ୍ରଭୁ ସାଇ କାଣ୍ଡୁଲଜୀ, ମାସିଦାସ ବାର୍ଲା, ପ୍ରଶାନ୍ତ ରାଉତ, କୁଞ୍ଜବିହାରୀ ରାଉତ, ସରୋଜ ସୁନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ଆମାସ ଟପ୍ନୋଙ୍କ ସଭାପତିତ୍ୱ, ସମ୍ପାଦକ ସୁରେଶ ହେମ୍ବ୍ରମଙ୍କ ଆବାହକତ୍ୱ ତଥା ସାହେବ ଗାଗରାଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅନନ୍ତ ଚରଣ ସୋରେନ, ବିକ୍ରମ ହେମ୍ରମ, ଜଗଜୀବନ ସୋରେନ, ସୁନିଲ ଗୁଡୱଲେ, ସୁଜିତ ବାଗ, ଜେବିଆର୍‌ କଣ୍ଡୁଲନା, ଜେମ୍ସ କଣ୍ଡୁଲନା, ଜ୍ୟୋତି ହେମ୍ରମ, ସିଲୱ।ନ୍ତି ଟପ୍ନୋ, ରାକ୍ଷୀ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନୃତ୍ୟଗୀତରେ ଅତିଥି ଓ ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ ।

Leave A Reply

Your email address will not be published.