pakka

ବିଶ୍ୱଶାନ୍ତି ମହାଯଜ୍ଞ, ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତେଇଶିପୁର ଶ୍ରୀ ସୋମନାଥ ଦେବଙ୍କ ୧୪ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋମନାଥ ଦେବ ଓ ମା’ ବିନ୍ଧ୍ୟବାସିନୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଠାରୁ ମହାଯଜ୍ଞ ଆରମ୍ଭ ହୋଇ ରବିବାର ପୂର୍ଣ୍ଣାଆହୁତି ହୋଇଯାଇଛି । ପ୍ରଥମ ଦିନରେ ଧାନ୍ୟାଗାରରେ ଅଙ୍କୁରାରୋପଣ, ତୀର୍ଥ ଆବାହନ, ମଣ୍ଡଳ କରଣ, ଅଗ୍ନି ସ୍ଥାପନା, ମହାସ୍ନାନ, ସୂର୍ଯ୍ୟପୂଜା, ଗୋପୂଜା, ପ୍ରାଣ ପ୍ରତିଷ୍ଠା, ମନ୍ଦିର ପ୍ରବେଶ, ଶିବ ମନ୍ତ୍ର ପାଠ, ଚଣ୍ଡିପାଠ, ଶିର୍ଚ୍ଚନା ଆଦି କାର୍ଯ୍ୟକ୍ରମ ମୁଖ୍ୟ ପୂଜକ ପଣ୍ଡିତ ଚିନ୍ତାମଣି ଦାଶ ଶର୍ମା ଓ କୂଳ ପୁରୋହିତ ଦିବାକର ଦାଶଙ୍କ ସମେତ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା କରାଯାଇଥିଲା । କର୍ତ୍ତା ଭାବେ ଯିତେନ୍ଦ୍ର ରଥ ଓ ତାଙ୍କ ଧର୍ମପତ୍ନୀ ସନ୍ଦିପା ରଥ କାର୍ଯ୍ୟନିର୍ବାହ କରିଥିଲେ । ଏହି ଅବସରରେ ୨୧ ଜଣ ମାନସିକ ଧାରୀ ନିକଟସ୍ଥ ମିରିଗି ପୋଖରୀରୁ କଳସ ବୁଡାଇ ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ଭକ୍ତ ଦାସିଆ ଭଜନ ସମାରୋହ ପକ୍ଷରୁ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ସାମାଜିକ କର୍ମୀ ଈଶ୍ୱର ପ୍ରସାଦ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ନାଗରିକ ଲକ୍ଷ୍ମୀଧର ଦାଶ, ରମେଶ ଚନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ । ବିଜ୍ଞାନ ଯୁଗରେ ଧାର୍ମୀକ ଚିନ୍ତନ ପ୍ରତ୍ୟେକ ରଖିବା ଦରକାର, ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ହୋମ ଯଜ୍ଞ କରିବା, ପ୍ରତ୍ୟେକଙ୍କୁ ଧାର୍ମିକ ଚେତନା ଦିଗରେ ଅନୁପ୍ରାଣୀତ କରିବା ସମ୍ପର୍କରେ ମୁଖ୍ୟ ଅତିଥି ଶ୍ରୀ ଦାଶ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ଶ୍ରୀ ଦାଶଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ସନ୍ଧ୍ୟାରେ ପୂର୍ଣ୍ଣାଆହୁତି ଅବସରରେ ସ୍ଥାନୀୟ ଅଞ୍ଚଳ ସହିତ ଆଖପାଖ ୭୦ ଖଣ୍ଡ ଗ୍ରାମର ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ମହାପ୍ରଭୁ ସୋମନାଥଙ୍କ କୃପା ଲାଭ କରିଥିଲେ ।

jay balangir
Leave A Reply

Your email address will not be published.

14 − two =