ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ ନେଇ ମାମଲା ରୁଜୁ : ୩ କୋର୍ଟ ଚାଲଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁର ଫାଣ୍ଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ପୋଲିସ ଗତକାଲି ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଘଟଣା ଅନୁଯାୟୀ, ବଡଇଛାପୁର ଗ୍ରାମର ଶତୃଘ୍ନ ସାହୁ(୫୫), ଜୟନ୍ତ ସାହୁ(୪୮) ଓ ମନୋରଞ୍ଜନ ସାହୁ(୪୨) ସରକାରୀ ଜାଗାରେ ପାଚେରୀ ନିର୍ମାଣ କରିବା ନେଇ ୨୦୧୯ରେ ଜବର ଦଖଲ ଉଚ୍ଛେଦ କରାଯାଇ ପାଚେରୀ ଭଙ୍ଗା ଯାଇଥିଲା । ଏହି ସରକାରୀ ଜାଗାଟି ମେଳନ ପଡିଆକୁ ସଂଲଗ୍ନ ହୋଇଥିବାରୁ ଗ୍ରାମ୍ୟ କମିଟି ପକ୍ଷରୁ ସେଠାରେ ଏକ ପିଣ୍ଡି ନିର୍ମାଣ କରିବା ପାଇଁ କମିଟି ପ୍ରସ୍ତୁତ ହେଉଥିବା ବେଳେ ଅଭିଯୁକ୍ତମାନେ ଗ୍ରାମବାସୀଙ୍କୁ ଗାଳିମନ୍ଦ କରିଥିଲେ । ଏନେଇ ଗ୍ରାମ୍ୟ କମିଟି ପକ୍ଷରୁ ଫାଣ୍ଡିରେ ଅଭିଯୋଗ ହୋଇଥିଲା । ଫାଣ୍ଡି ପରିସରରେ ଉଭୟଙ୍କୁ ବୁଝା ସୁଝା କରିବା ସମୟରେ ଅଭିଯୁକ୍ତ ୩ ଜଣ ଫାଣ୍ଡି ଅଧିକାରୀଙ୍କୁ ମାଡ ମାରିଥିଲେ । ସରକାରୀ ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ନେଇ ୪୨/୨୩ରେ ଡେଲାଙ୍ଗ ଥାନାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ୩ ଜଣଙ୍କୁ କୋର୍ଟଚାଲଣ କରାଯାଇଥିବା ଆଇଆଇସି ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

four × 1 =

error: Content is protected !!