csstore

ଅନ୍ୱେଷାର ମାଗଣା ହାଟ ଓ ସାମୁହିକ ଜନ୍ମଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ତରଫରୁ ହିଲଟପ ବସ୍ତିରେ ମାସିକିଆ ମାଗଣା ହାଟ ଆୟୋଜନ କରାଯାଇଥିଲା । ଯେଉଁଥିରେ କି ସ୍ଥାନୀୟ ବାସିନ୍ଦାମାନେ ନିଜ ଇଛା ମୁତାବକ ତାଙ୍କ ପସନ୍ଦର ଜିନିଷ ନିଶୁକ୍ଳ ରେ ନେଇଥିଲେ ଏବଂ ପରେ ଜଗଦା ସ୍ଥିତ ମାନବ ସେବା ସଦନ ଠାରେ ନିଜର ଚଉରାନବେ ତମ ସାମୁହିକ ଜନ୍ମଦିନ ସେଠାରେ ଥିବା ଅନ୍ତେବାସୀଙ୍କ ସହ ପାଳନ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ତତ୍ତ୍ଵାବଧାନରେ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ପରିଚାଳନାରେ ଦିବାକର ଦାସ, ମୋହନ ପଟ୍ଟନାୟକ, କଳ୍ପନା ଶତପଥି, ଚନ୍ଦ୍ର ଶେଖର ଶତପଥୀ, ତରୁଲତା ସାମଲ ରାଜେନ୍ଦ୍ର ସିଂ, ସସ୍ମିତା ପ୍ରଧାନ, ଗୌରୀ କୁମ୍ଭାର, ରାହୁଲ କୁମାର, ହେମନ୍ତ ତାଣ୍ଡିଆ ପ୍ରମୁଖ ସାହାଯ୍ୟ କରିଥିଲେ । ସେବା ସଦନର ପ୍ରତିଷ୍ଠାତା ପ୍ରଫେସର ଶଶିକାନ୍ତ ଆଚାର୍ଯ୍ୟ ଅନୁଷ୍ଠାନର ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି ମତ ରଖିଥିଲେ ।

jayashree
Leave A Reply

Your email address will not be published.