
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ ଅବସ୍ଥାପିତ ହୋଇଥିବା ବିଜୟ ଅମୃତା କୁଲାଙ୍ଗେଙ୍କୁ ଖଲ୍ଲିକୋଟର ଅଗ୍ରଣୀ ସ୍ୱେଚ୍ଛସେବୀ ସଂଗଠନ “ଡକ୍ଟର ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତ୍ତୃତ୍ଵରେ ସୌଜନ୍ୟମୂଳକ ସାକ୍ଷାତ କରିବା ପୂର୍ବକ ସ୍ଵାଗତ ସହ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବରିଷ୍ଠ ଆଇଏଏସ ଅଫିସର୍ ଶ୍ରୀ କୁଲାଙ୍ଗେ ତତ୍କାଳୀନ ସମୟରେ ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ବହୁ ଜନହିତକର ଯୋଜନା ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇ ଗଞ୍ଜାମ ଜିଲ୍ଲାର ବହୁବିଧ ଉନ୍ନତି କରିଥିବା ହେତୁ ତାଙ୍କରି ଭୂୟସୀ ପ୍ରଶଂସା କରିଥିଲେ ଏବଂ ତାହାଙ୍କ ଦୀର୍ଘଜୀବନ କାମନା କରି ପୁଷ୍ପଗୁଚ୍ଛ ଦେଇ ସାଧୁବାଦ ଜଣାଇଥିଲେ । ପୁଷ୍ପଗୁଚ୍ଛ ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିବା ପୂର୍ବକ ଶ୍ରୀ କୁଲାଙ୍ଗେଙ୍କ ହସ୍ତରେ ଶ୍ରୀମଦ୍ ଭଗବତ ଗୀତାର ଓଡ଼ିଆ ସଂସ୍କରଣ ଓ ଅନୁଷ୍ଠାନର ପତ୍ରିକା “ସ୍ମୃତିସୁଧା” ଦେଇ ସ୍ଵାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ”ର ତିନିଜଣ ଉପଦେଷ୍ଟା ଯଥା ଡ଼.ପ୍ରକାଶଚନ୍ଦ୍ର ପାଣିଗ୍ରାହୀ, ସ୍ନାତକୋତ୍ତର ଓଡ଼ିଆ ଭାଷାସାହିତ୍ୟର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ, ପ୍ରାଚୀନ ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମର ପ୍ରତିଷ୍ଠାତା ବଂଶୀଧର ସେଠୀ, ଲବ୍ଧାବସର ବିଭାଗୀୟ ଅଧିକାରୀ ତଥା ସକ୍ରୀୟ ସଦସ୍ୟ ଚିନ୍ତାମଣି ବେହେରା, ଅନ୍ୟତମ ଟ୍ରଷ୍ଟି କେ.ଗୌରୀଶଙ୍କର ପାତ୍ର, ପ୍ରତିଭାବାନ ମୂର୍ତ୍ତି ଓ ଚିତ୍ରଶିଳ୍ପୀ ସନ୍ତୋଷ କୁମାର ବେହେରା, ଖଲ୍ଲିକୋଟ ଅଞ୍ଚଳର ଜଣେ ସୁନା ଝିଅ ଯେ, କି ଟ୍ରେନିଂ ସାରି ଡେପୁଟୀ କଲେକ୍ଟର ଭାବେ ପାରଳାଖେମୁଣ୍ଡି ଜିଲ୍ଲା ପ୍ରଶାସନ ରେ ନିଯୁକ୍ତି ପାଇଥିବା କୁମାରୀ ଦିପ୍ସିତା ବେହେରା, (ଓଏଏସ୍) ପ୍ରମୁଖ ମିଳିତ ଭାବେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବିଜୟ ଅମୃତା କୁଲାଙ୍ଗେଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।