ମଦୁଆଙ୍କ ଆଡ୍ଡା ପାଲଟିଛି ସଇଁନ୍ତଳା ବିଦ୍ୟୁତ କାର୍ୟ୍ୟଳୟ

ସଇଁତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲା ସଇଁତଲା ବିଦ୍ୟୁତ କାର୍ୟ୍ୟଳୟ ଏବେ ମଦୁଆଙ୍କ ଆଡ୍ଡା ପାଲଟିଛି।ଏହି ଅଫିସ କାର୍ୟ୍ୟଳୟ ଆଗରେ କୁଢ଼ କୁଢ଼ ବିଅର ବୋତଲ ପଡି ରହିଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି । ତେବେ ଏହି ଅଫିସ ସମ୍ମୁଖରେ ଏକ ଆଧାର କାର୍ଡ ସଂଶୋଧନ କରିବା ପାଇଁ କାର୍ୟ୍ୟଳୟ ମଧ୍ୟ ରହିଛି । ଅନେକ ମହିଳାପୁରଷ ମାନେ ମଧ୍ୟ ଆସିଥିନ୍ତି । କିନ୍ତୁ ବିଅର ବୋତଲ ପଡି ରହିଥିବା ବେଳେ ଲଜ୍ଜିତର ବିଷୟ ବୋଲି ଆଲୋଚନା ହେଉଛି । ଏହି ସବୁକୁ କିଏ ପିଉଛି ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଅଫିସକୁ ଆସୁଥିବା କର୍ମଚାରୀମାନଙ୍କ ନଜର ପଡିଥିଲେ ମଧ୍ୟ ନ ଦେଖିଲା ଭଳି ଚୁପ ରହୁଥିବା ବେଳେ ସେମାନେ ପିଉନାହାନ୍ତି ତ ବୋଲି ଚର୍ଚ୍ଚା ହେଉଛି ।

ତେବେ ବାଡ଼ ମଧ୍ୟ ନ ଥିବା ବେଳେ ଅସାଧୁ ଲୋକମାନେ ବେଧଡକ ଭାବରେ ପଶି ମଦ୍ୟପାନ କରି ପାରୁଛନ୍ତି । ଏନେଇ ବିଭାଗୀୟ ଜେଇ ସୁଶାନ୍ତ ମହାନନ୍ଦଙ୍କୁ ପଚାରିବାରୁ ମୁଁ ଜାଣିନି କିଏ ମଦ ବୋତଲ ପିଇକି ଫୋପାଡୁଛି ବୋଲି କହିଛନ୍ତି । ଏନେଇ ବିଭାଗୀୟ ଏସଡିଓ ନୃସିଂଙ୍ଗ ନାରାୟଣ ପୃଷ୍ଟିଙ୍କୁ ପଚାରିବାରୁ ମୁଁ କଣ କରିପାରିବି ବୋଲି କହିବା ସହିତ ମଜାରେ କଥାକୁ ଏଡାଇ ଦେଇଛନ୍ତି । ତେବେ ଏଭଳି କାର୍ୟ୍ୟଳୟରେ ମଦ ବୋତଲ ପଡ଼ୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଚୁପ ରହୁଥିବା ବେଳେ ଉଚ୍ଚ ଅଧିକାରୀ ଘଟଣା ସମ୍ପର୍କରେ ତଦନ୍ତ କରି କାର୍ୟ୍ୟନୁଷ୍ଠାନ ନେବା ପାଇଁ ଦାବି ହେଉଛି ।

Leave A Reply

Your email address will not be published.