ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ନୂତନ ନିର୍ଦେଶାବଳୀ

ବୌଦ୍ଧ, (କେପିଏନ୍ଏସ୍) : କରୋନା ସଂକ୍ରମଣ ତଥା ଜନସାଧାରଣଙ୍କ ଜୀବିକାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ନୂତନ ନିର୍ଦେଶାବଳୀ । ଆସନ୍ତା ୧୦ ତାରିଖଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ନୂତନ ନିଦେ୍ର୍ଧଶାବଳୀ ବଳବତ୍ତର ରହିବାକୁ କୁହାଯାଇଥିବା ବେଳେ ଏ ସମୟ ମଧ୍ୟରେ ସମସ୍ତ ଦୋକାନ, ବଜାର ତଥା ବ୍ୟବସାୟିକ ଅନୁଷ୍ଠାନ ସକାଳ ୭ ଘଣ୍ଟାରୁ ଅପରାହ୍ନ ୨ ଘଂଟା ପର୍ଯ୍ୟନ୍ତ ଖୋଲା ରହିବ । ସମସ୍ତ ହୋଟେଲ, ରେଷ୍ଟୁରାଂଟ, ଫାଷ୍ଟ୍ଫୁଡ଼, ଢାବା, ଠେଲା ଦୋକାନଗୁଡ଼ିକ କେବଳ ପାର୍ସଲ ତଥା ହୋମ୍ ଡେଲିଭରୀ ଦେଇପାରିବେ । କୌଣସି ଦୋକାନୀ କିମ୍ବା ବ୍ୟବସାୟୀ ସାମାଜିକ ଦୂରତା ନିୟମକୁ ଉଲଂଘନ କଲେ ସଂପୃକ୍ତ ଦୋକାନକୁ ସିଲ୍ କରାଯିବ ଏବଂ କଠୋର ଜୋରିମାନା ଆଦାୟ ମଧ୍ୟ କରାଯିବ । ସମସ୍ତ ବ୍ୟକ୍ତି ଘରୁ ବାହାରକୁ ବାହାରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏଥିରେ ବ୍ୟତିକ୍ରମ ଦେଖାଗଲେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା ଆଦାୟ କରାଯିବ । ସମସ୍ତ ତହସିଲଦାର ଏବଂ ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀ ଉପରୋକ୍ତ ନିୟମାବଳୀ କାର୍ଯ୍ୟକାରୀ କରିବେ ତଥା ଅମାନିଆ ବ୍ୟକ୍ତି ଓ ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.