
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ବିଧିପୂର୍ବକ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଓ ଗୁଡିଘାଟ ବିଦ୍ୟୁତ୍ କାର୍ଯ୍ୟାଳୟ, ଓଡ଼ିଶା ଡ୍ରାଇଭର ମହାସଂଘ ସମେତ ବିଭିନ୍ନ ସ୍ଥାନରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା । ମୁରିବାହାଲ ବିଦ୍ୟୁତ୍ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ପୂଜାରେ ପ୍ରଥମେ ସ୍ଥାନୀୟ ଟୁନଟୁନି ମୁଣ୍ଡାରୁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାପରେ ଅନୁଷ୍ଠିତ ପୂଜାରେ ତପନ କୁମାର ପଧାନ କର୍ତ୍ତା ଓ କୃଷ୍ଣଚନ୍ଦ୍ର ଦାଶ ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ । ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ମହମ୍ମଦ ଜୁନୈଦଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପୂଜାରେ ବିକ୍ରମ ପ୍ରସାଦ ଡାକୁଆ, ରୋହିତାଶ୍ଵ ବେହେରା, ରାଜୀବ ଜେନା, ରମେଶ ଧରୁଆ, ବେଦବ୍ୟାସ ବାଗ, ଆନନ୍ଦ ପାଣ୍ଡେ, ଜଗନ୍ନାଥ ସେଠୀ, ରାଧାକାନ୍ତ ବାଗ, ପିଙ୍କୁ ତରିଆଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସେହିପରି ଗୁଡିଘାଟ ବିଦ୍ୟୁତ୍ କାର୍ଯ୍ୟାଳୟରେ ମଧ୍ୟ ଅନୁଷ୍ଠିତ ପୂଜାରେ ସ୍ଥାନୀୟ ପୋଖରୀରୁ ପ୍ରଥମେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାପରେ ଅନୁଷ୍ଠିତ ପୂଜାରେ କର୍ତ୍ତା ରୂପେ ଲବ ସାହୁ ଓ ତାଙ୍କ ପତ୍ନୀ ଶୋଭାଗିନୀ ସାହୁ, ପୂଜକ ରୂପେ କୁଞ୍ଜବିହାରୀ ଯୋଶୀ ଦାୟିତ୍ୱ ତୁଳାଇଥିଲେ । ବରିଷ୍ଠ ଚାର୍ଜମେନ ଅଜିତ୍ କୁମାର ତରିଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ପୂଜାରେ ସୁରେନ୍ଦ୍ର ଆଚାରୀ, ଦେବକାନ୍ତ ମହାକୁର, ରବି ମହାକୁର, ସୁଦାମ ବିଶି, ନିପେଶ ବିଶି, ରୋହିତ ମାଝୀ, ପରକ୍ଷିତ ମାଝୀ, ଦୁଷ୍ମନ୍ତ ହଂସ, ଅଶୋକ ଖର୍ସେଲ, ମାଟୁ, ଯୁବରାଜ, ସୁଦାମ, ଦେବରାଜ, ଭୁବନେଶ୍ୱର, କାହ୍ନା, ବିକାଶ ଓ ରଞ୍ଜିତଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସେହିପରି ଓଡ଼ିଶା ଡ୍ରାଇଭର ମହାସଂଘ ମୁରିବାହାଲ ବ୍ଲକ ଶାଖା କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ତ୍ତା ରୂପେ ପ୍ରକାଶ ମାହାକୁର ଓ ତାଙ୍କ ପତ୍ନୀ ସନ୍ତୋଷିନୀ ମାହାକୁର, ପୂଜକ ରୂପେ ପ୍ରଣବ କୁମାର ଦାଶ ଦାୟିତ୍ୱରେ ଥିଲେ । ଆୟୋଜକ ଓଡ଼ିଶା ଡ୍ରାଇଭର ମହାସଂଘ ବ୍ଲକ ଶାଖା ସଭାପତି ଦୁଷ୍ମନ୍ତ ପଧାନ, ସମ୍ପାଦକ ସୁନୀଲ ବାଗ ଓ କୋଷାଧ୍ୟକ୍ଷ ନେତ୍ରାନନ୍ଦ ମାଝୀଙ୍କ ସମେତ ସମସ୍ତ ଡ୍ରାଇଭର ମହାସଂଘ ସଦସ୍ୟ ସହଯୋଗ କରିଥିଲେ । ଏହା ସହିତ ବ୍ଲକ ଅଞ୍ଚଳର ସମସ୍ତ ଗ୍ୟାରେଜ୍, ନିର୍ମାଣ ସଂସ୍ଥା, ଯାନବାହନ ଚଳାଚଳ କ୍ଷେତ୍ର ଓ ବିଭିନ୍ନ କାର୍ଯ୍ୟସ୍ଥଳରେ ଧୁମ୍ଧାମରେ ବିଶ୍ୱକର୍ମା ପୂଜା ପାଳିତ ହୋଇଛି । ସକାଳୁ ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମା ସ୍ଥାପନ କରି ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ପ୍ରସାଦ ବଣ୍ଟନ କରାଯାଇଥିଲା । କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି, ମେସିନ୍, ଗାଡ଼ି ଓ ଅନ୍ୟାନ୍ୟ ସରଞ୍ଜାମକୁ ମଧ୍ୟ ପୂଜା କରାଯାଇଥିଲା । ଏହି ପୂଜାରେ ଠିକାଦାର, ଶ୍ରମିକ, ଦିନମଜୁରିଆ, ମେକାନିକ୍, ଡ୍ରାଇଭର ଓ ଅନ୍ୟ କର୍ମଚାରୀମାନେ ଉତ୍ସାହର ସହ ସାମିଲ ହୋଇଥିଲେ । କର୍ମଜୀବୀମାନେ ନିଜ ନିଜ କାର୍ଯ୍ୟ ଉପକରଣ ଓ ଯାନବାହନର ସୁରକ୍ଷା ତଥା ଆଗାମୀ ଦିନରେ ସୁଚାରୁ ଭାବେ କାମ କରିବା ପାଇଁ ବିଶ୍ୱକର୍ମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପୂଜାକୁ ନେଇ ବିଭିନ୍ନ ସ୍ଥାନରେ ଦିନତମାମ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା । ସନ୍ଧ୍ୟାରେ ମଧ୍ୟ ପୂଜା ମଣ୍ଡପଗୁଡିକ ନିକଟରେ ବହୁ ଭକ୍ତଙ୍କ ଭିଡ଼ ଲାଗିଥିବା ବେଳେ ସେମାନେ ନିଜ ଦୁଇ ଓ ଚାରି ଚକିଆ ଯାନବାହନ ଆଣି ପୂଜା କରୁଥିବା ଦେଖାଯାଇଥିଲା । କର୍ମ ଓ କୌଶଳର ଦେବତା ଭଗବାନ ବିଶ୍ୱକର୍ମାଙ୍କ ପୂଜା ମାଧ୍ୟମରେ ଶ୍ରମିକ ଓ କର୍ମଜୀବୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆଶା ସଞ୍ଚାର ହୋଇଥିବା ଦେଖିବାକୁ ମିଳିଥିଲା । ରାତ୍ରିରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

