pr

ସାହାଜବାହାଲରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ସାହାଜବାହାଲ ଗାଁରେ ବୁଢ଼ାଡଙ୍ଗର ଯୁବ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମାଜସେବୀ ତଥା ପୂର୍ବ ସରପଞ୍ଚ ପ୍ରଦ୍ୟୁମ୍ନ ହୋତା, ସମ୍ମାନିତ ଅତିଥି ଅବସରପ୍ରାପ୍ତ ସେନା କର୍ମଚାରୀ ରମାକାନ୍ତ ହୋତା, ମୁଖ୍ୟ ପୂଜକ ଭିକାରୀ ଚରଣ ଯୋଷୀ ଯୋଗ ଦେଇଥିଲେ । ମୁଖ୍ୟ ଅଭିବକ୍ତା ଭାବେ ଅଭିଜିତ୍ ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ଅବସରରେ ଗାଁର ୨ଜଣ ସିଆର୍‌ପିଏଫ୍‌ ଯବାନ ଲକ୍ଷ୍ମୀକାନ୍ତ ମାଝୀ ଓ ଅଙ୍କିତ ନାଏକଙ୍କୁ ଏବଂ ମା’ ମାହେଶ୍ୱରୀ ସେନା ସଂଗଠନକୁ ସମ୍ମାନିତ କରାଯାଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା । ଏହି ପ୍ରତିଯୋଗିତାର ବରିଷ୍ଠ ନୃତ୍ୟରେ ରାଣୀ ହୋତା ପ୍ରଥମ, ଅର୍ଚ୍ଚିତା ତ୍ରିପାଠୀ ଦ୍ୱିତୀୟ, ସ୍ମୃତି ରାଣୀ ଘିବେଲା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି କନିଷ୍ଠ ନୃତ୍ୟରେ ଆୟାନ୍ସି ପ୍ରଧାନ ପ୍ରଥମ, ଦିବ୍ୟାଂଶି ହୋତା ଦ୍ୱିତୀୟ ଓ ସଞ୍ଜୁ ମହାଲିଙ୍ଗ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ପୁଚି ଖେଳରେ ଶାଳିନୀ ବାରଲେଣ୍ଡିଆ ପ୍ରଥମ, ଟିକେଶ୍ୱରି ଭୁଏ ଦ୍ୱିତୀୟ, ସ୍ନେହା ମହଲିଙ୍ଗ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ମ୍ୟୁଜିକ ଚେୟାର ବରିଷ୍ଠ ବାଳିକା ବିଭାଗରେ ପ୍ରିୟଙ୍କା ପୁରୋହିତ ପ୍ରଥମ, ସୁଜାତା ଯୋଷୀ ଦ୍ୱିତୀୟ, ପ୍ରିତିରାଣୀ ଯୋଷୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବରିଷ୍ଠ ବାଳକ ବିଭାଗରେ ନୟନ ହୋତା ପ୍ରଥମ, ପ୍ରତୀକ ଭୋଇ ଦ୍ୱିତୀୟ, କ୍ରିଷ୍ଣା ଯୋଷୀ ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି କନିଷ୍ଠ ବାଳିକା ବିଭାଗରେ ସ୍ନେହା ମହାଳିଙ୍ଗ ପ୍ରଥମ, ପ୍ରିୟା ବଗର୍ତ୍ତି ଦ୍ୱିତୀୟ ଓ ପ୍ରଜ୍ଞାନ ବଗର୍ତ୍ତି ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତିଯୋଗିତା ଗୁଡିକରେ ବିଚାରକ ଭାବେ ମହେଶ ପ୍ରସାଦ ଯୋଷୀ, କପିଳେଶ୍ୱର ଯୋଷୀ, ସୁଶାନ୍ତ ଯୋଷୀ ଯୋଗ ଦେଇ ପରିଚାଳନା କରିଥିଲେ । ଆୟୋଜକ କମିଟିର ସଭାପତି କାଶୀନାଥ ହୋତା, ଶୁଭେନ୍ଦୁ ଯୋଷୀ, ସମୀର ଯୋଷୀ, ଦୀପକ ପାଣିଗ୍ରାହୀ, ଶମ୍ଭୁନାଥ ହୋତା, ଆଶିଷ ନାୟକ, ପ୍ରଶ୍ଚିତ୍ ହୋତା, ମୌସମ ଯୋଷୀ, ପ୍ରିୟବ୍ରତ ପାଣିଗ୍ରାହୀ, ସୁନୀଲ ବଗର୍ତ୍ତି, ମିଳନ ହୋତା, ଅମ୍ବରିଶ ଡାଙ୍ଗ, ପ୍ରହଲ୍ଲାଦ ହୋତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.