pr

ଦେଓଗାଁରେ ସୁଭଦ୍ରା ଯୋଜନାର ଜନ୍ମ ଦିବସ ପାଳନ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ମିଶନ ଶକ୍ତି କାର୍ଯ୍ୟାଳୟରେ ସୁଭଦ୍ରା ପ୍ରତିଷ୍ଠା ଦିବସ ତଥା ସୁଭଦ୍ରା ଜୀବନର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁଭଦ୍ରା ହିତାଧିକାରୀମାନେ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମିନତୀ କୁମାରୀ ମିଶ୍ର, ସୁରକ୍ଷା ଅଧିକାରୀ ପ୍ରକଳ୍ପ କାର୍ଯ୍ୟକ୍ରମ ଅଧିକାରୀ ବଲାଙ୍ଗିର ସୁଜାତା ଦୋରା, ମମତା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଜିଲ୍ଲା ସଂଯୋଜିକା କୁମାରୀ ଶିବାନୀ ଠାକୁରଙ୍କ ସହ ସମସ୍ତ ମୁଖ୍ୟ ପରିଦର୍ଶକ ସୁଭଦ୍ରା ହେଲ୍ପ ଡେସ୍କ ଉପସ୍ଥିତ ଥିଲେ । ଏହି ଅବସରରେ ସୁଭଦ୍ରା ହିତାଧିକାରୀମାନଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତା ହୋଇଥିବା ବେଳେ ହିତାଧିକାରୀମାନେ ସୁଭଦ୍ରା ଜୀବନର ଅନୁଭୂତି ବାବଦରେ ଆଲୋଚନା କରିଥିଲେ । ଶେଷରେ ସୁଭଦ୍ରା ସହାୟିକା ଝିଲି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.