centurian jitm

କଅସର ଗ୍ରାମକୁ ମଦ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଲେ ମହିଳା ଗୋଷ୍ଠୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବର୍ତ୍ତମାନ ଦିନକୁ ଦିନ ମଦ୍ୟପାନ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଛୋଟ ପିଲାରୁ ଆରମ୍ଭ କରି ବୟ‌ସ୍କ ବ୍ୟକ୍ତି ପର୍ୟ୍ୟ‌ନ୍ତ ମଦ୍ୟପାନ କରିବାରେ ପଛେଇ ନାହାନ୍ତି ଯ ଦ୍ଵାରା ଘରକୁ ଆସି ମଦ୍ୟପାନ କରୁଥିବା ବ୍ୟକ୍ତିମାନେ କଲହ ସୃଷ୍ଟି କରୁଥିବା ପରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅସର ଗ୍ରାମର ସ୍ଥାନୀୟ ରାମଜି ମଣ୍ଡପ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉପସ୍ଥିତ କ୍ରମରେ ଉକ୍ତ ବୈଠକରେ ସଭାପତି ଜାନକୀ ଭୋଇଙ୍କ ସଭାପତି‌ତ୍ୱରେ ପ୍ରଥମେ ଏକ ବୈଠକରେ ଆଲୋଚନା କରିଥିଲେ । ତେବେ କୁଚିଆରେ ମଦ ବିକ୍ରି କରାଯିବା ‌ଦ୍ୱାରା ସ୍କୁଲ, କଲେଜ ଓ ମହିଳାଙ୍କ ଉପରେ ପ୍ରାଦୁର୍ଭାବ ପଡୁଥିବା ବେଳେ ଏକାଠି ହୋଇ ଗାଁକୁ ମଦ ମୁକ୍ତ କରିବା ଦିଗରେ ଗ୍ରାମର ମହିଳାମାନେ ଗ୍ରାମ ପରିକ୍ରମା କରିଥିଲେ । ନାରା ବାଜି ଦେବା ସହ କୁଚିଆ ମଦ ବନ୍ଦ କରାଯାଉ, ମଦ ମୁକ୍ତ ଆମର ଦାବୀ ବୋଲି ନାରା ଲଗାଇ ଥିଲେ । ଏଥିରେ ବିଳାସିନୀ ରଣା, ସୁକାନ୍ତି ସାହୁ, ପ୍ରମିତା ଗହୀର, ସେବତୀ ରଣା, ନିବେଦିତ ରଣା, କୁନ୍ତୀ ରଣା, ବନିତା ଭୋଇ, କୁମାରୀ ଭୋଇ, ଲିଲି ରଣା, ଝୁମି ରଣା, ସୁରେନ୍ଦ୍ରୀ ସାହୁ, ଝିଲି ସାହୁ, ବନିତା ସାହୁ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ଦଳର ଶତାଧିକ ମହିଳାମାନଙ୍କ ସହ ଗ୍ରାମବାସୀ ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.