om academy

ପାଇକମାଲ ତହସିଲଦାରଙ୍କ ଆଦେଶକୁ ବେଖାତିର କରି ଜୋର ଜବରଦସ୍ତ ସରକାରୀ ଜମିରେ ଘର ନିର୍ମାଣ : ସାଧାରଣରେ ଚ‌ର୍ଚ୍ଚା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ତହସିଲ କାର୍ୟ୍ୟାଳୟ ଥିବା ଜର୍ଜଗଡ଼ ଗାଁରେ ଜଣେ ବ୍ୟକ୍ତି ଜୋର ଜବରଦସ୍ତ ତହସିଲଦାରଙ୍କ ଆଦେଶକୁ ଖାତିର ନ କରି ଘର ନିର୍ମାଣ କରୁଥିବାର ଦେଖାଯାଇଛି । ସେ ହେଲେ କୈଳାସ କୁମ୍ଭାର, ସେ ଅନେକ ଗୁଡ଼ାଏ ବହୁମୂଲ୍ୟ ସରକାରୀ ଜମି ନିଜ ଦଖଲରେ ରଖିଥିବା ଜାଣିବାକୁ ପାଇ ଗତ ବର୍ଷ ପାଇକମାଲ ତହସିଲଦାର ସୁଶାନ୍ତ କୁମାର ରଣା, ଆରଆଇ ସଶିଭାନୁ ସାହୁ ପ୍ରମୁଖ ତଦନ୍ତ କରି, ଶ୍ରୀ କୁମ୍ଭାରକୁ ଉକ୍ତ ଜମି ଛାଡି ଦେବାକୁ ନୋଟିସ ଦେଇଥିଲେ ଓ ଦମକଳ କାର୍ୟ୍ୟାଳୟ ନିକଟରେ ଥିବା ପ୍ଲଟର ତାର ବାଉଣ୍ଡ୍ରିକୁ ଶୀଘ୍ର ଖୋଲି ଦେବାକୁ ଆଦେଶ ଦେଇଥିଲେ । ଆଦେଶ ପାଇ ସେହି ଜମିର ତାର ବାଉଣ୍ଡ୍ରି ଖୋଲି ଦେଇ କୈଲାସ ଜମିକୁ ଛାଡି ଦେଇଥିଲା । ସେଠାରେ ଥିବା ପ୍ରାୟ କୋଡିଏ ଡିସ୍ମିଲ ଜାଗାରେ ଆଇସିଡିଏସ ଅଫିସ ନିର୍ମାଣ ପାଇଁ ବିଡିଓ ସଦାଶିବ ନାୟକ, ତହସିଲଦାର ସୁଶାନ୍ତ ରଣା ସ୍ଥିର କରିଥିଲେ । ଏ ନେଇ ତହସିଲଦାର ବାଉଣ୍ଡ୍ରି ନିର୍ମାଣ ସକାଶେ ଅନୁଦାନ ଟଙ୍କା ବ୍ଲକ ବିଡିଓଙ୍କ ଆକାଉଣ୍ଟକୁ ପଠାଇଥିଲେ । ଏପରିକି ବି ଡି ଓ ଶ୍ରୀ ନାୟକ ପାଇକମାଲର ଜଣେ ଠିକାଦାରଙ୍କୁ କାର୍ୟ୍ୟାଦେଶ ମଧ୍ୟ୍ୟ ଦେଇଥିବାର ଜଣା ପଡିଥିଲା । କରୋନା କଟକଣା ଯୋଗୁଁ ଉକ୍ତ ବାଉଣ୍ଡ୍ରି କାମ ହୋଇ ପାରି ନଥିଲା, ଇତି ମଧ୍ୟ୍ୟରେ ତହସିଲଦାର ସୁଶାନ୍ତ ରଣା ଓ ବି ଡି ଓ ସଦାଶିବ ନାୟକଙ୍କୁ ଅନ୍ୟତ୍ର ବଦଳି ହୋଇଗଲା ତଥା ଆରଆଇ ଶଶିଭାନୁ ସାହୁଙ୍କର ଅକାଳ ଦେହାନ୍ତ ହୋଇଗଲା । ନୂତନ ଭାବରେ ବିଡିଓ, ତହସିଲଦାର, ତଥା ଆରଆଇ ଆସି ଥିଲେ ମଧ୍ୟ୍ୟ ସେମାନେ ଉକ୍ତ ବାଉଣ୍ଡ୍ରି ନିର୍ମାଣକୁ ଧ୍ୟାନ ଦେଲେ ନାହିଁ ଫଳରେ ବିରାଡ଼ି କପାଳକୁ ଶିକା ଛି‌ଣ୍ଡିଲା, ସେହି ସ୍ଥାନରେ ପୁଣି ସେହି ପୂର୍ବ ବ୍ୟକ୍ତି ଜଣକ ଗୋଟିଏ ଘର ନିର୍ମାଣ କରୁଛି, ଘଟଣା ଟିକୁ କୁଆଡେ ବିଡିଓ ତଥା ତହସିଲଦାର ଜାଣିଛନ୍ତି । ଆଲୋଚନା ହେଉଛି କୁଆଡେ ଏହି ମାମଲାରେ ଟଙ୍କା ପଇସା କାରବାର ହୋଇଛି । ତେବେ ଘଟଣାକୁ ଅନୁଧ୍ୟାନ କରି ପଦ୍ମପୁର ଉପଜିଲ୍ଲାପାଲ ଉଚିତ ତଦନ୍ତ ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.