om academy

ପୁରୁଖା କଂଗ୍ରେସ ନେତା ପ୍ରଭାମୟ ମିଶ୍ରଙ୍କ ବିୟୋଗ

jsm

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି ସହରର ପୁରୁଖା ନେତା ତଥା ବିଶିଷ୍ଟ ସମାଜସେବୀ ପ୍ରଭାମୟ ମିଶ୍ରଙ୍କ ୯୬ ବର୍ଷ ବୟସରେ ଆଜି ତାଙ୍କ ନିଜସ୍ୱ ବାସଭବନରେ ବିୟୋଗ ଘଟିଛି । ସ୍ୱର୍ଗତ ମିଶ୍ର ପୂର୍ବତନ ମୂଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଶ୍ରୀମତୀ ନନ୍ଦୀନି ଶତପଥିଙ୍କ ଅତି ଘନିଷ୍ଠ ଥିବା ବେଳେ ଶେଷ ସମୟ ପର୍ଯ୍ୟନ୍ତ ଖଦଡ ପିନ୍ଦି ନିଜକୁ ଏକ ସଚ୍ଚା ଦେଶଭକ୍ତର ପରିଚୟ ଦେଉଥିଲେ । ତାଙ୍କ ମର ଶରୀରକୁ ବଂଗୋମୁଣ୍ଡା ରୋଡସ୍ଥିତ ସ୍ଥାନୀୟ ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇଛି । ତାଙ୍କ ବିୟୋଗ ସମୟରେ ତାଙ୍କ ଦୁଇ ପୁଅ ବଦ୍ରୀ ମିଶ୍ର ଓ ରାଜନାରାୟଣ ମିଶ୍ର ସହ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ସହରର ଶତାଧିକ ବୁଦ୍ଧିଜୀବୀ ଏବଂ ବ୍ୟକ୍ତିବିଶେଷ ଶେଷ ଦର୍ଶନ କରି ସ୍ୱର୍ଗଦ୍ୱାରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

Leave A Reply

Your email address will not be published.