om academy

ପାଇପ ଲାଇନ ବିଛା ନାଁରେ ମନଇଛା ରାସ୍ତା ଖୋଳୁଛି ଏଲଏଣ୍ଡଟି କମ୍ପାନୀ : ସାଧାରଣରେ ଅଭିଯୋଗ

jsm

ବୌଦ୍ଧ, (ମମତା ମହାକୁର) : ପାଇପ ଲାଇନ ବିଛା ନାଁରେ ଏଲ ଆଣ୍ଡ ଟି କମ୍ପାନୀର ଦାଦାଗିରି କଂଟାମାଲ ବ୍ଲକର ମେଗା ଇରିଗେସନ ପ୍ରୋଜେକଟ କାମ ଚାଲିଥିବା ବେଳେ ଆଜି ଖଟଖଟିଆ- ଦପଳା ରାସ୍ତାର ବ୍ରାହ୍ମଣୀ ଠାରେ କମ୍ପାନୀ ପିଡ଼ବ୍ଲୁଡି ରାସ୍ତା ଖୋଳି ଦେଇଥିବାରୁ ଲୋକଙ୍କ ଯାତାୟାତରେ ନାହିଁ ନ ଥିବା ଅସୁବିଧା ହୋଇଥିଲା । ଫଳରେ ଦୁଇ ଘଣ୍ଟା ଧରି ରାସ୍ତାରେ ଲୋକେ ଯିବା ଆସିବା କରିପାରିନ ଥିଲେ । ଏଇ ରାସ୍ତା ଦେଇ ପ୍ରତିଦିନ ତିନୋଟି ପଂଚାୟତର ଲୋକେ ଯିବା ଆସିବା କରିଥାନ୍ତି । ହେଲେ କମ୍ପାନୀ ମନ ଇଚ୍ଛା ପିଚୁ ରାସ୍ତା ଫଟାଇ ପାଇପ ବିଛାଇ ଦେଇ ଥିବାରୁ ରାସ୍ତାରେ ଦୁର୍ଘଟଣା ଆଶଙ୍କା ସୃଷ୍ଟି ହୋଇଛି । ରାସ୍ତା ଉପରେ ଖୋଲିବା ପରେ ସଂଗେ ସଂଗେ ମାଟି ବାଲି ଓ କଂକ୍ରିଟ କରିବା କଥା । ହେଲେ ତାହା ନ କରି କେବଳ ମାଟି ପକାଇ ଛାଡି ଦେଇଛି । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ କିଛି ସମୟ ପାଇଁ କମ୍ପାନୀର ଗାଡିକୁ ଅଟକାଇ ଥିଲେ ଗ୍ରାମବାସୀ । ତଥା ବୋୖଦ୍ଧ ବିଜେପି ଶ୍ରମିକ ସେଲର ସଭାପତି ଶିବ କମ୍ପ ଓ ରାଧେଶ୍ୟାମ ମିଶ୍ର ଆନ୍ଦୋଳନରେ ଭାଗ ନେଇଥିଲେ । ୩ ଦିନ ଭିତରେ କଂକ୍ରିଟ ନକଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଜେପି ନେତା ଶିବ କମ୍ପ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.