om academy

ବିନା ବିଦ୍ୟୁତ୍ ଆଲୁଅରେ ଭାକ୍ସିନ ବିତରଣ

jsm

ଟିଟିଲାଗଡ, (ଗୌରବ ଦର୍ଜୀ) : କେନ୍ଦ୍ର ସରକାରଙ୍କ କୋଭିଡ ଟୀକାକରଣ ସାରା ଦେଶରେ ଆରମ୍ଭ ହୋଇଛି । ପ୍ରଥମେ ୬୦ ବର୍ଷରୁ ଅଧିକ ନାଗରିକଙ୍କୁ ଦେବା ପରେ ବର୍ତ୍ତମାନ ସରକାରଙ୍କ ଦ୍ଵାରା ୪୫ ବର୍ଷରୁ ଅଧିକ ନାଗରିକ ମାନଙ୍କୁ ଟୀକାକରଣ କରାଯାଉଛି । ଟିଟିଲାଗଡର ଉପଖଣ୍ଡୀୟ ମୁଖ୍ୟ ଡାକ୍ତରଖାନାରେ କୋଭିଡ ଟୀକାକରଣ ଚାଲିଛି । ଟିଟିଲାଗଡର ଜନସଂଖ୍ୟା ଅଧିକ ହୋଇଥିବାରୁ ଟୀକାକରଣ ସମୟର ଭିଡ଼ ବହୁତ୍ ହେଉଥିବାରୁ ଟିଟିଲାଗଡ ପ୍ରଶାସନ ସହରର ଦୁଇଟି ସ୍ଥାନରେ ଟୀକାକରଣ କାର୍ୟ୍ୟକ୍ରମ ଜାରି ରଖିଛନ୍ତି । ୱାର୍ଡ ନମ୍ବର ୧ରୁ ୯ ପର୍ୟ୍ୟନ୍ତ ସରକାରୀ ଡାକ୍ତରଖାନାରେ ଭେକ୍ସିନ ଦେଉଥିବା ବେଳେ ୱାର୍ଡ ନମ୍ବର ୧୦ରୁ ୧୫ ପର୍ୟ୍ୟନ୍ତ ବ୍ଲକ କାର୍ୟ୍ୟାଳୟରେ ଭେକ୍ସିନ ଦିଆଯାଉଛି । କିନ୍ତୁ କାର୍ୟ୍ୟକ୍ରମରେ ନିୟୋଜିତ ଟିଟିଲାଗଡ ଡାକ୍ତରଖାନାର ଷ୍ଟାଫ ନର୍ସମାନଙ୍କୁ ଅବହେଳା କରାଯାଉଥିବା ପରିଲକ୍ଷିତ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବ୍ଲକ କାର୍ୟ୍ୟଳୟରେ ଚାଲିଥିବା ଭେକ୍ସିନ କାର୍ୟ୍ୟକ୍ରମରେ ନିୟୋଜିତ ଥିବା କର୍ମଚାରୀ ଡାକ୍ତରଖାନାରୁ ବ୍ଲକ କାର୍ୟ୍ୟଳୟ ପ୍ରାୟ ୩-୪ କିମି ଭେକ୍ସିନ ଥିବା ଜାର, ଇଞ୍ଜେସନ ଓ ବିଭିନ୍ନ ସାମଗ୍ରୀ ନେଇ ଚାଲିଚାଲି ଆସୁଥିବା ଅଭିଯୋଗ ହେଉଛି । ଏହା ସହ ସକାଳ ୭ ଟା ସମୟରୁ ଆରମ୍ଭ କରି ଦିବା ୧୨ ଟା ସମୟରେ କାର୍ୟ୍ୟକ୍ରମ ସ୍ଥଗିତ ରଖିବା ପରିବର୍ତ୍ତେ ସାଧାରଣ ନାଗରିକଙ୍କ ସୁବିଧାକୁ ଦେଖି ପ୍ରାୟ ୧:୩୦ ପର୍ୟ୍ୟନ୍ତ କାମ କରୁଛନ୍ତି ଏବଂ ସନ୍ଧ୍ୟା ୬ ଟା ପରିବର୍ତ୍ତେ ପ୍ରାୟ ୮ ଟା ସମୟ ପର୍ୟ୍ୟନ୍ତ ଭେକ୍ସିନ କାର୍ୟ୍ୟକ୍ରମ କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ଏହି ଯେ ବ୍ଲକ କାର୍ୟ୍ୟାଳୟ ଭିତରେ ହେଉଥିବା ଭେକ୍ସିନ କାର୍ୟ୍ୟକ୍ରମ ପାଇଁ ବିଜୁଳି ସମସ୍ୟା ଅନେକ ରହିଛି । ଅନେକ ସମୟରେ ଘନ ଘନ ବିଜୁଳି କାଟ ହେଉଥିବା ବେଳେ ବିକଳ୍ପ ବିଦ୍ୟୁତ୍ ବିତରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ । ବିଦ୍ୟୁତ୍ କାଟ ହେଲେ ଉଭୟ ଭେକ୍ସିନ ନେଇଥିବା ନାଗରିକ ମାନେ ଓ ଭେକ୍ସିନ ଦେଉଥିବା କର୍ମଚାରୀ ତତଲାଗଡର ତାତିରେ ଶିଝୁଛନ୍ତି । ଏହା ସହ ଦୀର୍ଘ ସମୟ ପାଇଁ ଆଲୋକ ପାଇଁ ବ୍ୟବହାର କରୁଛନ୍ତି ମୋବାଇଲ ଫ୍ଲାସ ଲାଇଟ୍ । ତେଣୁ ବ୍ଲକ କାର୍ୟ୍ୟାଳୟରେ ଭେକ୍ସିନ ଦେଉଥିବା କଠୋରୀରେ ବିଜୁଳିର ବିକଳ୍ପ ପାଇଁ ଇନଭେଟର କିମ୍ବା ଜେନେରେଟରର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.