om academy

ଗୋଇବାହାଲିରେ ନକଲି ମଦ ଜବତ : ଜଣେ ଗିରଫ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ପଲସଦା ଗ୍ରାମ ପଞ୍ଚାୟତ ଗୋଇବାହାଲି ଗ୍ରାମରେ ପାଇକମାଲ ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇଛି । ପାଇକମାଲ ଅବକାରୀ ବିଭାଗ ଦ୍ୱାରା ଗୋଇବାହାଲି ଗ୍ରାମର ବିକି ସାହୁଙ୍କ ଦୋକାନ ଘରେ ଚଢ଼ାଉ କରି ଆଠ ବୋତଲ ନିକଲି ବିଦେଶୀ ମଦ ଜବତ କରାଯାଇଛି । ବହୁ ଦିନ ଧରି ବିକି ସାହୁ ନକଲି ମଦ କାରବାର କରୁଥିଲେ । ଫଳରେ ଅଞ୍ଚଳରେ ଯୁବକମାନେ ପ୍ରଲୋଭିତ ହୋଇ ମଦ୍ୟପାନ କରି ଅଞ୍ଚଳର ବାତାବରଣକୁ ଖରାପ କରୁଥିଲେ । ଏହାକୁ ଦୃଷ୍ଟିରେ ରଖି ପାଇକମାଲ ଅବକାରୀ ଅଧିକାରୀ ସିଦ୍ଧାନ୍ତ ପାତ୍ର କେସ ନମ୍ବର ୟୁ/ଏସ୍‌ ୫୨ ଏ (ଆଇ) ଓ ୫୯(ଡି) ଭାରତୀୟ ଅବକାରୀ ଆଇନ ଅନୁଯାୟୀ ବିକି ସାହୁଙ୍କୁ ଗିରଫ କରି ପଦ୍ମପୁର କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ପାଇକମାଲ ଅବକାରୀ ଅଧିକାରୀ ଶ୍ରୀ ପାତ୍ର । ପ୍ରକାଶ ଯେ, ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ପ୍ରବଳ ମାତ୍ରାରେ ହେଉଥିବାରୁ ବିହତି ପଦକ୍ଷେପ ନେବାକୁ ଜନ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.