ଗଞ୍ଜାମ ଜିଲ୍ଲାରେ ଏଣିକି ମଦ ହୋମ ଡେଲିଭେରୀ ହେବ : ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସହଜ ଓ ସୁରୁଖୁରୁରେ ମଦ ବିକ୍ରୀ ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଚିନ୍ତାପ୍ରକଟ କରିଛନ୍ତି । ଯାହାକି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଲୋକେ ମଦ ନପିଇଲେ, ଅଧିକ ମାତ୍ରାରେ ମୃତ୍ୟୁବରଣ କରିବେ, ଏଥିରେ ନିଃସନ୍ଦେହ ।
ରାଜ୍ୟରେ ୧ ନମ୍ବରରେ ଗଞ୍ଜାମ ଜିଲ୍ଲାରେ ମଦ୍ୟପୀଙ୍କ ସଂଖ୍ୟାଧିକଥିବା କୁହାଯାଏ । ଏହାକୁ ଭିତ୍ତିକରି ଜିଲ୍ଲାପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ବି ନେଇଛନ୍ତି । ପୂର୍ବେ ଗଞ୍ଜାମ ଜିଲ୍ଲାରେ ମଦ ଦୋକାନ ମାନଙ୍କରେ ପ୍ରବଳ ଭିଡ଼ ପରିଲିଖିତ ହେଉଥିବା ବେଳେ ମାସ୍କ ନପିନ୍ଧିଥିବା, ସାମାଜିକଦୂରତା ଏବଂ ଜିଲ୍ଲାପ୍ରଶାସନର ପଞ୍ଚସୂତ୍ର ନିୟମକୁ ଉଲଙ୍ଘନ ହେବା ଉପରେ ଅଭିଯୋଗ ଆସିଥିଲା । ଏ ସମ୍ପର୍କରେ ବିଭିନ୍ନ ମୁଦ୍ରିତ ଖବରକାଗଜ ଓ ବୈଦୁତିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏଣିକି ଗଞ୍ଜାମ ଜିଲ୍ଲାରେରେ ସକାଳ ୬ ଘଣ୍ଟାଠାରୁ ମଧ୍ୟାହ୍ନ ୧୨ଘଣ୍ଟା ପର୍ୟ୍ୟନ୍ତ ମଦ ହୋମ୍‌ ଡେଲିଭରୀକୁ ଅନୁମତି ଦିଆଯାଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ଏହି ସୂଚନା ଦେଇଛନ୍ତି ।
ସୋମବାରଠାରୁ ଗଞ୍ଜାମରେ ମଦ ବିକ୍ରି ଆରମ୍ଭ ହେବ। ଅପରପକ୍ଷରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଶନିବାର, ରବିବାରରେ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଶ୍ରୀମାନ ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.

twenty − four =

error: Content is protected !!