om academy

ଅନୁଷ୍ଠିତ ହେଲା ଘଟଗାଁ ମା’ ତାରିଣୀଙ୍କ ପୀଠରେ ଦଶହରା ଓ ନବରାତ୍ରୀ ପୂଜା

jsm

କେ‌ନ୍ଦୁଝର : ଘଟଗାଁ ମା’ ତରିଣୀଙ୍କ ପୀଠରେ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଦଶହରା ଓ ନବରାତ୍ରୀ ପୂଜା । ନ’ ଦିନ ଧରି ପୀଠରେ ନୀତିକା‌ନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି । ଦଶହରା ଅବସରରେ ସପ୍ତମୀ ଦିନ ଠାରୁ ଦଶମୀ ପୂଜା ପର୍ୟ୍ୟନ୍ତ ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯିବା ସହ ଚଣ୍ଡୀପାଠ ହୋମଯଜ୍ଞ ଆଦି ଯଥାରୀତି ଅନୁଷ୍ଠିତ ହୋଇଥିଲା । କୋଭିଡ କଟକଣାକୁ ସଂପୂ‌ର୍ଣ୍ଣ ଭାବେ ଅନୁପାଳନ କରାଯାଇଥିବା କୁହାଯାଇଛି । ପ୍ରତିବର୍ଷ ପରି ମନ୍ଦିର ପରିସରରେ ଥିବା ଯଜ୍ଞ ମଣ୍ଡପରେ ଦୁର୍ଗାଙ୍କ ମୃଣ୍ମୟୀ ମୃର୍ତି ସ୍ଥାପନ କରାଯାଇ ଆବାହନ କରାଯାଇଛି । ତେବେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଦଶହରା ଅବସରରେ ମା’ ତାରିଣୀଙ୍କ ପୀଠ ଖାଁ ଖାଁ ଲାଗୁଥିଲା ।

Leave A Reply

Your email address will not be published.