om academy

ଯବାନଙ୍କ ‌ଦ୍ୱାରା ମାଟି ତଳୁ ମାଓ ସାମଗ୍ରୀ ଜବତ

jsm

ଚିତ୍ରକୋଣ୍ଡ : ମାଟି ତଳୁ ଗଚ୍ଛିତ ମାଓ ସାମଗ୍ରୀ ଜବତ କରିବାରେ ଯବାନଙ୍କୁ ମିଳିଛି ସଫଳତା । ଚିତ୍ରକୋଣ୍ଡ ବ୍ଲକ ସ୍ୱାଭିମାନ ଅଂଚଳର ଗୁରାସେତୁ, ମୁକୁଡିପାଲି, ବେଜିଂ ଅଂଚଳରେ ମାଓବାଦୀମାନେ ମାଟି ତଳେ ପୋତି ରଖିଥିବା ବିସ୍ଫୋରକ ଯବାନଙ୍କ ‌ଦ୍ୱାରା ଜବତ ହୋଇଛି । ସୂଚନା ଅନୁସାରେ ଗୋଟିଏ ବନ୍ଧୁକ, କ୍ଲେମର ମାଇନ୍, କୋଡେକ୍ସ ତାର ଓ ବିପୁଳ ପରିମାଣର ବିସ୍ଫୋରକ ଉଦ୍ଧାର ହୋଇଛି । ସୃଂପୃ‌କ୍ତ ଅଂଚଳରେ ଓଡିଶା ପୁଲିସ, ଏସଓଜି ଓ ବିଏସଏଫ ଯବାନ ମାନେ ଛାନଭିନ୍ କରିଥିବା ବେଳେ ତା‌ଙ୍କୁ ମିଳିଛି ଏଭଳି ଏକ ବଡ଼ ସଫଳତା । ଅନ୍ୟପଟେ ଗ୍ରାମବାସୀ ପୁଲିସକୁ ସହାୟତା ନକରିବା ପାଇଁ ମାଓ ସଂଗଠନ ଧମକ ଦେଇଥିବା ବେଳେ ଯଦି କୌଣସି ଗ୍ରାମବାସୀ ପୁଲିସକୁ ସହଯୋଗ କରେ ତେବେ ତାକୁ ଲାଲବାହିନୀ ତରଫରୁ ମୃତ୍ୟୁ ଦଣ୍ଡ ଦିଆଯିବ କୁହାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.