om academy

ମାଁ ଜଗଦମ୍ବା ଯୁବକ ସଂଘ ତରଫରୁ ଅନ୍ଧ କଳାକାର ସୁଦାମ ପୁଟେଲଙ୍କୁ ଆର୍ଥିକ ସାହାଯ୍ୟ

jsm

ପାଟଣାଗଡ଼, (କେପିଏନ୍‌ଏସ୍‌) : କୀର୍ତ୍ତନ କଳାକାର ସୁଦାମ ପୁଟେଲ୍ ବାଲ୍ୟକାଳରୁ ଅନ୍ଧ । ହେଲେ ସେ ଏପରି କୀର୍ତ୍ତନ ଖୋଲ ବଜାନ୍ତି ଏବଂ ଗାଆନ୍ତି ଯେ ଦର୍ଶକ ବିଭୋର ହୋଇ ଯାଆନ୍ତି । ମୃଦୁ‌ଙ୍ଗ ବଜେିବାରେ ସେ ଯେମିତି ଧୁର‌ନ୍ଧର, ଗୀତ ଗାଇବାରେ ବି ସେମିତି ମାହିର୍‌ । ତା‌ଙ୍କୁ ଦେଖିଲେ କେହି ବି‌ଶ୍ୱାସ କରି ପାରିବେନି, ସେ ଏତେ ବଡ଼ କଳାର ଅଧିକାରୀ ବୋଲି । ଅତି ଶାନ୍ତ ଶି‌ଷ୍ଟ ସ୍ୱଭାବର ସୁଦାମ ଆର୍ଥିକ ଅନାଟନରେ ବି କଳା ସାଧନାରେ ବ୍ରତୀ ହୋଇ ରହିଛନ୍ତି । ଧଣ୍ଡାମୁଣ୍ଡା, କଟାପାଲି ଗାଁର ଏହି କଳାକାର ମାତ୍ର ୧୭ ବର୍ଷ ବୟସରେ ଓଡ଼ିଶା ତଥା ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ତାଙ୍କ କଳା ପ୍ରଦର୍ଶନ କରି ସାରିଲେଣି । ତେବେ ତା‌ଙ୍କ ଆର୍ଥିକ ପରି‌ସ୍ଥିତି ଠିକ୍‌ ନଥିବାରୁ ଘୁନଘୁଟିପାଲି ମାଁ ଜଗଦମ୍ବା ଯୁବକ ସଂଘ ତରଫରୁ ତା‌ଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.