om academy

ନିଟ୍ ପରୀକ୍ଷାରେ ସଫଳତା ହାସଲ କଲେ ସାହିଲ ଅଗ୍ରୱାଲ

jsm

ବଙ୍ଗୋମୁଣ୍ଡା/କଣ୍ଟାବାଞ୍ଜି ( ଅର୍ଜୁନ କୁମାର ହଂସ ଓ ମନୀଷ ହଂସ)- ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା(ନିଟ୍) ରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ସାହିଲ ଅଗ୍ରୱାଲ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୭୨୦ ମାର୍କ ରୁ ୬୬୬ ମାର୍କ ରଖି ସେ ଜିଲ୍ଲା ତଥା ସହର ପାଇଁ ଗୌରବ ଆଣିଛନ୍ତି । ସାହିଲ ଓ ତାଙ୍କର ପରିବାର ଲୋକେ ପୂର୍ବରେ ବରଗଡ଼ ସହରରେ ରହୁଥିଲେ ପରେ ମା ଓ ବାପା କଣ୍ଟାବାଞ୍ଜି ସହରର ଗୋଟିଏ ବେସରକାରୀ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପାଇ ଏଠି ରହିଆସୁଛନ୍ତି । ସୁନୀଲ ଅଗ୍ରୱାଲ, ବବିତା ଅଗ୍ରୱାଲଙ୍କ ବଡ଼ ପୁତ୍ର ଅଟନ୍ତି ସାହିଲ । ଛତିଶଗଡ଼ ରାଜ୍ୟର ଯଶପୁର ସହରର ଜବାହର ନବୋଦୟ ସ୍କୁଲରେ ଦଶମ ଶ୍ରେଣୀ ପାଠ ପଢି ସ୍କୁଲ ସହ ଜିଲ୍ଲାରେ ଟୋପ୍ପର ହୋଇଥିବା ବେଳେ +୨ ଶିକ୍ଷା ପାଇଁ ମହାରାଷ୍ଟ୍ରର ଗୋଣ୍ଡିଆ ସହରର ଦିଲ୍ଲୀ ପବ୍ଲିକ ସ୍କୁଲରେ ପାଠ ପଢି ସ୍କୁଲ ସହ ଜିଲ୍ଲାରେ ଟୋପ୍ପର ହୋଇଥିଲେ ସାହିଲ । ତାଙ୍କର ସଫଳତାରକୁ ଦେଖି ପରିବାର ସହ ସହରର ଲୋକେ ବେଶ ଉତ୍ସାହିତ । ବାପା ସୁନୀଲ ଓ ମାଙ୍କ ପାଠପଢ଼ାରେ ପ୍ରମୁଖ ଅବଦାନ ରହିଛି ବୋଲି ସାହିଲ କହିଛନ୍ତି । ଅନ୍ୟ ପକ୍ଷରେ ବର୍ତ୍ତମାନ ସମୟରେ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସାହିଲକୁ ଆଗକୁ ପାଠ ପଢିବା ପାଇଁ ଚିନ୍ତା ଥିବା ବେଳେ ସାହିଲ ସରକାରଙ୍କ ତରଫରୁ ସହଯୋଗର ଆଶା ରଖିଛନ୍ତି ।

Leave A Reply

Your email address will not be published.