om academy

କ୍ୟାନ୍‌ସର୍‌ ପୀଡିତାଙ୍କୁ ସାହାଯ୍ୟର ହାତ ବଢ଼ାଇଲା ସଂକଳ୍ପ ପରିବାର

jsm

ବରଗଡ଼, (ନିରୋଜ କୁମାର ପାଣୀ) : ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ନାରାୟଣ ବୁଦ୍ଧିଆଙ୍କ ସ୍ତ୍ରୀ କୁନ୍ତୀ ବୁଦ୍ଧିଆ(୫୮) ଦୀର୍ଘ ଦିନରୁ ଲିଭର ସଂକ୍ରମଣ ରୋଗରେ ପୀଡିତ ଥିଲେ । ଟଙ୍କା ଅଭାବରୁ ତାଙ୍କର ଚିକତ୍ସା କରିବାରେ ଅସମର୍ଥ ପ୍ରକାଶ କରିଥିଲେ ପରିବାରବର୍ଗ । ଗତ ୧୨ତାରିଖରେ କୁନ୍ତୀ ଗୁରୁତର ଭାବରେ ଅସୁସ୍ଥ ହେବାରୁ ପରିବାରବର୍ଗ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ବିଭିନ୍ନ ପରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ କ୍ୟାନ୍ସସର ହୋଇଥିବା ପ୍ରକାଶ କରିଥିଲେ ଓ କଟକ ବଡ଼ମେଡିକାଲକୁ ନେବେକୁ ପରାମର୍ଶ ଦେଇଥିଲେ । ଅଭାବୀ ପରିବାର କ୍ୟାନ୍ସର ରୋଗ ନା ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡିଥିଲେ । ଗୋଟିଏ ପଟେ ଅର୍ଥ ପୀଡା ତ ଆର ପଟେ ପ୍ରାଣ ପୀଡା । ଏପରି ଏକ ଦୁଃଖର କଳା ପାହାଡ଼ ମାଡି ଆସିଥିଲା ନାରାୟଣ ବୁଦ୍ଧିଆଙ୍କ ପରିବାରକୁ ।

ବୁର୍ଲା ନେବାକୁ ଟଙ୍କା ଯୋଗାଡ କରିବାରେ ଅସମର୍ଥ ଥିବା ପରିବାର କଟକ ନେବାରେ ସମୂର୍ଣ୍ଣ ଭାବରେ ଅସମର୍ଥ ପ୍ରକାଶ କରିଥିଲେ ଓ ନିଜ ଭାଗ୍ୟକୁ ଆଦରି କ୍ୟାନ୍ସର ପୀଡିତାଙ୍କୁ ଘରକୁ ଫେରାଇ ଆଣିଥିଲେ । ହେଲେ ଆଜି ଏପରି ଏକ ଅସହାୟ ପରିବାର ବିଷୟରେ ଖବର ପାଇ ସଂକଳ୍ପ ପରିବାର ବଢାଇଥିଲା ସାହାଯ୍ୟର ହାତ । ସଂକଳ୍ପ ପରିବାରର ସଦସ୍ୟ ତାଙ୍କ ଘରକୁ ଯାଇ ସବୁ ଦେଖିବା ପରେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଓ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ପ୍ରଥମେ ବରଗଡ଼ ମୁଖ୍ୟ ଚିକତ୍ସାଲୟକୁ ଆଣିଥିଲେ ଓ ପ୍ରାଥମିକ ଚିକତ୍ସା ପରେ ତାଙ୍କୁ କଟକ ଆଚାର୍ୟ୍ୟ ହରିହର କ୍ୟାନ୍ସର ବିଭାଗକୁ ସ୍ଥାନାନ୍ତର କରିଥିଲେ । ତାଙ୍କ ସାଙ୍ଗରେ ସ୍ୱାମୀ ନାରାୟଣ ବୁଦ୍ଧିଆ ଓ ଯଜ୍ଞ ବୁଦ୍ଧିଆ ଯାଇଥିବା ବେଳେ ଏଥିରେ ସଂକଳ୍ପ ପରିବାରର ବିକାଶ କୁମାର ଅଗ୍ରୱାଲ, ବସନ୍ତ ବାଗ, ଶେଷଦେଵ ପ୍ରଧାନ ପ୍ରମୁଖ ସାହାଯ୍ୟର ହାତ ବଢାଇଥିଲେ । ଠିକ ସେହିପରି ବରଗଡ଼ ୧୦୮ ଆମ୍ବୁଲାନ୍ସ କୋଡିନେଟର ଭରତ ପଣ୍ଡାଙ୍କ ତତ୍ୱାବଧାନରେ ଫାର୍ମାସିଷ୍ଟ ଶଶାଙ୍କ ବାଗ, ଡ୍ରାଇଭର ଅନନ୍ତ ସେଠ୍ ଓ ପ୍ରଦ୍ୟୁମ୍ନ ଭୋଇ ପ୍ରମୁଖ ସାଂଗରେ ଯାଇଛନ୍ତି ।

Leave A Reply

Your email address will not be published.