ମା’ ମାହେଶ୍ୱରୀ ସେନା ତରଫରୁ ରାସନ୍‌ ସାମଗ୍ରୀ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ପାଇଁ ଅନେକ ଲୋକ ନିଜର ରୋଜଗାର ହରାଇ ଥିବା ବେଳେ ମୁଠେ ଖାଇବା ପାଇଁ ପାଉନାହାନ୍ତି । ତେବେ ଏମାନଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ଆଗେଇ ଆସିଛନ୍ତି ମା’ ମାହେଶ୍ୱରୀ ସେନାର କର୍ମକର୍ତ୍ତା ମାନେ । ବଲାଙ୍ଗିର-ସୋନ୍‌ପୁର ରାସ୍ତା ସାତମାଇଲ୍‌ ଗ୍ରାମ ପାଖରେ ରହୁଥିବା ଅସହାୟ ପରିବାରମାନଙ୍କୁ ଚିହ୍ନଟ କରି କିଛି ଦିନର ରାସନ ସାମଗ୍ରୀ ମା’ ମାହେଶ୍ୱରୀ ସେନା ତରଫରୁ ବଣ୍ଟନ କରାଯାଇଛି । ଏଥିରେ ଥବିର କର୍ମୀ, ଶୁରେସ କମ୍ପ, ଶୁସାନ୍ତ ପଧାନ, ସୋମନାଥ ପଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ ଯୋଗାଇ ଥିଲେ ।

Leave A Reply

Your email address will not be published.

5 × 3 =