om academy

ଔଷଧ ନେବାକୁ ଆସିଥିବା ଯୁବକଙ୍କୁ ଚାପୁଡ଼ା ମାରିଥିବା କଲେକ୍ଟରଙ୍କୁ ହଟାଇ ଦିଆଗଲା : ସିଏମ ଭୁପେଶ ବାଘେଲ ଘୋଷଣା କଲେ

jsm

ରାୟପୁର : ଛତିଶଗଡର ସୁରଗୁଜା ଡିଭିଜନର ସୁରଜପୁର ଜିଲ୍ଲାର କଲେକ୍ଟର ରଣବୀର ଶର୍ମାଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଇ ଦିଆଯାଇଛି । ଲକ୍‌ଡ଼ାଉନ୍ ସମୟରେ ଔଷଧ ନେବାକୁ ବାହାରିଥିବା ଜଣେ ଯୁବକଙ୍କୁ ମାଡ ମାରିଥିଲେ କଲେକ୍ଟର ଶ୍ରୀ ଶର୍ମା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ତାଙ୍କୁ ଏହି ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସିଏମ ବାଘେଲ ଟ୍ୱିଟ୍ କରି କହିଛନ୍ତି, ସୋସିଆଲ ମିଡିଆ ଜରିଆରେ ସୁରଜପୁର କଲେକ୍ଟର ରଣବୀର ଶର୍ମାଙ୍କ ଜଣେ ଯୁବକଙ୍କୁ ଅସଦାଚରଣ ମାମଲା ମୋ ନଜରକୁ ଆସିଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ନିନ୍ଦନୀୟ । ଛତିଶଗଡରେ ଏଭଳି କାର୍ୟ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ । ତୁରନ୍ତ କଲେକ୍ଟରଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେ ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି, ପ୍ରଶାସନିକ ଜୀବନରେ କୌଣସି ଅଧିକାରୀଙ୍କ ଏପରି ଆଚରଣ ଗ୍ରହଣୀୟ ନୁହେଁ। ଏହି ଘଟଣାରେ ମୁଁ କ୍ଷୁବ୍ଧ । ମୁଁ ଯୁବକ ଏବଂ ତାଙ୍କ ପରିବାରକୁ କ୍ଷମା ମାଗୁଛି ।”

ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ନରେ ଲକ୍‌ଡ଼ାଉନ୍‌ ସମୟରେ ଜଣେ ଯୁବକ ପ୍ରେସକ୍ରିପସନ୍ ସହିତ ଔଷଧ କିଣିବାକୁ ଔଷଧ ଦୋକାନକୁ ଯାଇଥିଲେ । ଏହି ସମୟରେ କଲେକ୍ଟର ରଣବୀର ଶର୍ମା ଲକଡାଉନ୍ ଯାଞ୍ଚ କରିବାକୁ ଯାଇଥିଲେ । ଏତିକି ବେଳେ ସେ ରାସ୍ତାରେ ଲୋକଙ୍କ ଗତିବିଧି ଦେଖି ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ । ତାଙ୍କ ଆଖି ସେହି ଯୁବକ ଉପରେ ପଡିଗଲା । ତାଙ୍କ ସହ ଥିବା ସୁରକ୍ଷା କର୍ମୀଙ୍କୁ କହି ସେ ଯୁବକଙ୍କୁ ଅଟକାଇ ପ୍ରଥମେ ଗୋଟିଏ ଚାପୁଡ଼ା ଲଗେଇଥିଲେ । ଏହି ସମୟ ମଧ୍ୟରେ ଯୁବକ ଜଣକ ଔଷଧପ୍ରେସକ୍ରିପସନ୍ ମଧ୍ୟ ଦେଖାଇଥିଲେ, କିନ୍ତୁ କଲେକ୍ଟର ଭାଇରାଲ ହୋଇଥିବାର ଭିଡିଓ ଅନୁସାରେ ତାଙ୍କ କଥା ଶୁଣିନଥିଲେ ଏବଂ ଯୁବକଙ୍କ ମୋବାଇଲକୁ ଛଡ଼ାଇ ନେଇ ଯାଇଥିଲେ ।

Leave A Reply

Your email address will not be published.