csstore

ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁରର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ମ.ରାମପୁର, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜ଼ୀଲ୍ଲା ମ. ରାମପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁର ଠାରେ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସଙ୍କ ସଭାପତିତ୍ୱରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ୨୦୨୪ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନରେ ମଦନପୁର ପ୍ରାଥମିକ ଚିକିତ୍ସାଳୟର ଡାକ୍ତର ଲୋକନାଥ ସାହୁ ମୁଖ୍ୟ ଅତିଥି,ଏସ୍.ଏସ୍.ଡି. ହାଇସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେର ଓ ଦ୍ୱିତୀୟ ଦିନରେ ମ.ରାମପୁର ସହକାରୀ ଯନ୍ତ୍ରୀ ବଲବିନ୍ଦର ସିଂ ଯାଦବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ସମସ୍ତ କ୍ରୀଡାରେ କୃତୀ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ମେଡାଲ ପ୍ରଦାନ କରିଥିଲେ । ଡ଼ଃ ସାହୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଛାତ୍ରୀ ମାନଙ୍କୁ ନେଇ କବାଡି ପ୍ରତିଯୋଗିତା କରିଥିଲେ । କ୍ରୀଡା ଶିକ୍ଷକ ମହେନ୍ଦ୍ର ବେଶରା ଖେଳ ପରିଚାଳନା କରିଥିବା ବେଳେ ଅଧ୍ୟାପିକା/ ଅଧ୍ୟାପକ ଶ୍ରୀମନ୍ତିନି ମର୍ଥ, ଆଶିଷ କୁମାର କୁମାର ପଣ୍ଡା, ବିଭୁତି ଭୂଷଣ ବିଶ୍ୱାଳ, ଜଗନ୍ନାଥ ବିଶ୍ୱାଳ, ମମିତା ମାଝୀ, ଜମ୍ବୁବତୀ ନାଗ, ରିପୁ ଦମନ ମିଶ୍ର, ରଞ୍ଜିତ କୁମାର ସାହୁ, ବାଦଲ କୁମାର ନାଗ, ପୃଥ୍ୱୀ ସେଠ, ଗଣେଶ ଦୋରା, ସୁବଳ ପଧାନ, ଲାଲୁ ନିଆଲ, ଜୋସନା ମହାରଣା, ଜଗମୋହନ ସୁନା, ମଳୟ ରଞ୍ଜନ ବାଗ, ଜନ୍ମେଜୟ ପଧାନ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.