jayashree

ଶୌଚ ପାଇଁ ଯିବା ବେଳେ ଲୁଟ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୌଚ ପାଇଁ ଯାଉଥିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ମୋବାଇଲ ଓ ବାଇକ୍ ଲୁଟି ଫେରାର ହୋଇଗଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବିଡିଘାଟ କଲାଡୁଙ୍ଗୁରୀ ଅଞ୍ଚଳରେ । ଲୁଟ୍‌ର ଶିକାର ହୋଇଛନ୍ତି ଦୈତାରି କର୍ତ୍ତୀ । ସ୍ତ୍ରୀ ସଂଯୁକ୍ତା କର୍ତ୍ତୀଙ୍କ ଅଭିଯୋଗ ଅନୁସାରେ, ସନ୍ଧ୍ୟା ସମୟରେ ଦୈତାରି ଶୌଚ ପାଇଁ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ତାଙ୍କ ମୋବାଇଲ ଓ ଓଆର୍‌-୦୩-ଇ-୨୦୩୦ ନମ୍ବରର ବାଇକ୍ ଲୁଟି ଫେରାର ହୋଇଯାଇଥିଲେ । ଖବର ପାଇ ପରିବାର ଲୋକେ ଦୈତାରିଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲର ଏମାର୍ଜେନ୍ସି ବିଭାଗରେ ଭର୍ତ୍ତି କରିଛନ୍ତି । ଦୁର୍ବୃତ୍ତଙ୍କୁ ତୁରନ୍ତ ଧରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସଂଯୁକ୍ତା ।

Leave A Reply

Your email address will not be published.