pakka

ଜାତୀୟ ରାଜପଥ ଉପରେ ଦିନ ଦ୍ଵିପ୍ରହରେ ଟଙ୍କା ଲୁଟ୍

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ରାୟପୁର ଗୋପାଳପୁର ୫୯ ନଂ ଜାତୀୟ ରାଜପଥରେ ଟଙ୍କା ଲୁଟ୍ କରି ଦୃବୁର୍ତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ମତେ କର୍ଲାବହାଲି ଗ୍ରାମର ଜଗଦୀଶ ସାହୁ (୬୫) ଓ ଅମିତ୍ ସାହୁ (୨୫) ମ. ରାମପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ରୁ ୪୯ ହଜାର ଟଙ୍କା ଉଠାଣ କରି ଅପରାହ୍ନ ୧:୩୦ ସମୟରେ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଅଁଲାପାଲି ଗ୍ରାମ ସଢେଲ ଜଙ୍ଗଲ ନିକଟ ଜାତୀୟ ରାଜପଥ ଉପରେ ପୂର୍ବରୁ ପିଛା କରୁଥିବା ୩ ଦୁର୍ବୃତ୍ତ ନିଛାଟିଆ ସ୍ଥାନ ଦେଖି ତାଙ୍କୁ ବାଇକରେ କୁକୁଡ଼ା ମଡେଇଛ କହି ଗାଡ଼ି ଅଟକେଇ ମାଡ଼ ମାରିବା ସହ ଉକ୍ତ ୪୯ ହଜାର ଟଙ୍କା ଛଡେଇ ଫେରାର ମାରିଥିଲେ । ତାଙ୍କୁ ପିଛା କରିବା ପାଇଁ ଅମିତ୍ ଚାହିଁଥିଲେ ସୁଦ୍ଧା ତାଙ୍କ ବାଇକ ଷ୍ଟାର୍ଟ ହୋଇ ନଥିଲା । ପରେ ସେହି ରାସ୍ତା ଦେଇ ଆସୁଥିବା ଜଣେ ସାମ୍ବାଦିକଙ୍କୁ ଘଟଣା ବିଷୟରେ କହିବା ପରେ ଉକ୍ତ ସାମ୍ବାଦିକ ଜଣକ ସ୍ଥାନୀୟ ପୁଲିସକୁ ଫୋନ ଯୋଗେ ଖବର ଜଣାଇ ଥିଲେ । ଖବର ପାଇ ଥାନା ଅଧିକାରୀ ତୁରନ୍ତ ନିକଟସ୍ତ ଫାଣ୍ଡି ଓ ଥାନା ଗୁଡ଼ିକୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ । ଏହାପରେ ଲୁଟ୍‌ର ଶିକାର ହୋଇଥିବା ଦୁଇ ବ୍ୟକ୍ତି ନିରାଶ ହୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।

jay balangir
Leave A Reply

Your email address will not be published.

13 + 16 =