pakka

ସମସ୍ୟା ଘେରରେ ସହଲା ଶ୍ରୀରାମପଡ଼ା

bbehera

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସମସ୍ୟା ଘେରର ପଡ଼ି ରହିଛି ସହଲା ଶ୍ରୀରାମପଡ଼ା । ତୁରନ୍ତ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି । ଶ୍ରୀରାମପଡ଼ାବାସୀଙ୍କ ନିବେଦନ ପତ୍ର ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ସହଲା ଗ୍ରାମର ଶ୍ରୀରାମପଡ଼ାରେ ନାହିଁ ନଥିବା ଅସୁବିଧା ଲାଗି ରହିଛି । ଦୀର୍ଘ ୧୫ ବର୍ଷ ଅଧିକ ସମୟ ହେଲା ପ୍ରାୟ ୬୦ଟି ପରିବାର ଶ୍ରୀରାମପଡ଼ାରେ ବସବାସ କରି ଆସୁଛନ୍ତି । କିନ୍ତୁ ପରିତାପର ବିଷୟ ଯେ, ବର୍ତ୍ତମାନ ପର୍ୟ୍ୟନ୍ତ ଶ୍ରୀରାମପଡ଼ାକୁ ସରକାରଙ୍କ କୌଣସି ଯୋଜନା ପହଂଚି ପାରିନାହିଁ । ଶ୍ରୀରାମପଡ଼ାରେ ପକ୍କା ରାସ୍ତାଟିଏ ନଥିବା ବେଳେ ସଂଲଗ୍ନ କେନାଲ ଉପରେ ବିଜ୍ର ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁଣି ପିଇବା ପାଣିର ଏଠାରେ ଘୋର ସମସ୍ୟା ରହିଛି । ଅଙ୍ଗନୱାଡ଼ି ଗୃହ ନଥିବାରୁ ପ୍ରାଥମିକ ବିଦ୍ୟାଳୟରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର । ଆହୁରି ବିପଦର ବିଷୟ ଯେ, ପଡ଼ା ମଝିରେ ଯାଇଛି ୧୧ କେ.ଭି. ବିଦ୍ୟୁତ ତାର । ତେବେ ଗ୍ରାମବାସୀମାନେ ପକ୍କା ରାସ୍ତା ନିର୍ମାଣ, ସଂଲଗ୍ନ କେନାଲ ଉପରେ ବ୍ରିଜ ନିର୍ମାଣ, ପାଇପ୍‌ ଯୋଗେ ଘରକୁ ଘର ପାନୀୟ ଜଳ ଯୋଗାଣ, ପାଖରେ ଥିବା ବନ୍ଧକୁ ରାସ୍ତା ନିର୍ମାଣ, ଅଙ୍ଗନୱାଡ଼ି ଗୃହ ନିର୍ମାଣ ଓ ପଡ଼ା ମଝିରେ ଯାଇଥିବା ୧୧ କେଭି. ବିଦ୍ୟୁତ ତାରକୁ ସ୍ଥାନାନ୍ତର ପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

fourteen − four =