csstore

କରମଣ୍ଡଲ ଇନଟରନେସନାଲ ଲିମିଟେଡର ଲକି ଡ୍ର କାର୍ଯ୍ୟକ୍ରମ ଆୟୋଜିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡର ବି.ଡି ପେଲେସ୍‌ରେ କରମଣ୍ଡଲ ଇନଟରନେସନାଲ ଲିମିଟେଡର ଲକି ଡ୍ର ଗ୍ରୋମର ଖରିଫ ଧମାକା ୨୦୨୧-୨୨ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଏରିଆ ମୁଖ୍ୟ ବଳରାମ ପଟ୍ଟନାୟକ ଯୋଗଦାନ କରିଥିଲେ । ଅତିଥି ଭାବରେ ଆଦିତ୍ୟ ପାତ୍ର, ଉପ ପ୍ରବନ୍ଧକ ମୃତ୍ୟୁଞ୍ଜୟ ବହିଦାର, ମାନସ ରଞ୍ଜନ ଏବଂ କରମଣ୍ଡଲ ଇନଟରନେସନାଲ ଲିମିଟେଡ ସମସ୍ତ କର୍ମକର୍ତା, ଚାଷୀ, ରିଟେଲର, ଡିଲର୍ସ ଆଦି ଉପସ୍ଥିତ ଥିଲେ । ମୃତ୍ୟୁଞ୍ଜୟ ବହିଦାର ସଭାକୁ ଆରମ୍ଭ କରିଥିଲେ । ସଭାର ମୁଖ୍ୟ ଉଦ୍ଦେଶ୍ୟ ଚାଷୀଙ୍କୁ କରମଣ୍ଡଲ କମ୍ପାନୀର ବିଭିନ୍ନ କୃଷି ରସାୟନ ବାବଦରେ ବତେଇବା ଏବଂ ଗ୍ରୋମରକୁ ବଜାରରେ କିପରି ଭାବରେ ଉଚିତ୍‌ ମୂଲ୍ୟରେ ଚାଷୀ ପାଇ ପାରିବେ, କପରି ଭାବରେ ଏହି ସାରକୁ ଚାଷ କାର୍ଯ୍ୟରେ ବ୍ୟବହୃତ କରି ପାରିବେ ଏବଂ ଉପକୃତ ହେବେ ସେହି ବିଷୟରେ ଆଲୋଚନା ହୋଇଥିଲା । ପରେ ଚାଷୀମାନଙ୍କ ପାଇଁ ଏକ ଲକି ଡ୍ର କାର୍ଯ୍ୟକ୍ରମ ହୋଇଥିଲା ଯେଉଁ ଥିରେ କି ୧୦ ଗ୍ରାମ ରୂପା କଏନ, ୨୦ ଗ୍ରାମ ରୂପା କଏନ, ଟିବିଏସ୍ ସୁପର ଏକ୍‌ସେଲ, ୨୫ ହଜାର ଟଙ୍କା, ୨୦ ହଜାର ଟଙ୍କା, ୧୦ ହଜାର ଟଙ୍କା ଆଦି ପ୍ରଦାନ କରାଯାଇଥିଲା । ସଭା ଶେଷରେ ସମ୍ବଲପୁର ଏରିଆର୍‌ ମାର୍କେଟିଂ ଅଫିସର ହିମାଦ୍ରୀ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.