ବଲାଙ୍ଗିର ଲୋକ ଉତ୍ସବର ସ୍ମରଣିକା ପାଇଁ ଲେଖା ଆବଶ୍ୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୧ତମ ବଲାଙ୍ଗିର ଲୋକ ଉତ୍ସବ ଆସନ୍ତା ୨୦ ଜାନୁୟାରୀରୁ ୨୪ ଜାନୁୟାରୀ ପର୍ଯ୍ୟନ୍ତ କୋଶଳ କଳା ମଣ୍ଡଳ ପଡିଆରେ ଅନୁଷ୍ଠିତ ହେବ । ଏହି ଅବସରରେ ଏକ ସୁଦୃଶ୍ୟ ସ୍ମରଣିକା ପ୍ରକାଶ ପାଇବ । ସ୍ମରଣିକା ନିମନ୍ତେ ପଶ୍ଚିମ ଓଡିଶାର ଲୋକ ସାହିତ୍ୟ, ଲୋକ ଧାରା, ଲୋକ ସଂସ୍କୃତି, ଲୋକ ପରଂପରା, ଇତିହାସ ସଂପର୍କରେ ଗବେଷଣାତ୍ମକ ଲେଖା ଆହ୍ୱାନ କରାଯାଉଛି । ଲେଖା ଗୁଡିକ ବଲାଙ୍ଗିର ପରିପ୍ରେକ୍ଷୀରେ ହେଲେ ଆହୁରି ଭଲ । ଆଗ୍ରହୀ ପ୍ରବନ୍ଧ ଲେଖକ ଲେଖିକାମାନେ ନିଜର ଲେଖା ହସ୍ତଲେଖା କିମ୍ବା ପେଜମେକରରେ ଟାଇପ କରି ପଠାଇବେ । ଅମନୋନୀତ ଲେଖା ଫେରସ୍ତ ଦେବା ସୁବିଧା ନ ଥିବାରୁ ନିଜ ପାଖରେ ପ୍ରତିଲିପି ରଖିବେ । ଲେଖା ଗୁଡିକ ଆସନ୍ତା ଜାନୁୟାରୀ ୦୪ ତାରିଖ ସୁଦ୍ଧା ନିମ୍ନ ଠିକଣାରେ କିମ୍ବା ଇ-ମେଲରେ ପଠାଇବା ପାଇଁ ସ୍ମରଣିକା କମିଟି ତରଫରୁ ଅନୁରୋଧ କରାଯାଇଛି । ଠିକଣା – ସନ୍ଦୀପ କୁମାର କୁଅଁର, ସହ ଅଧ୍ୟକ୍ଷ, ସ୍ମରଣିକା କମିଟି ବଲାଙ୍ଗିର ଲୋକ ଉତ୍ସବ, ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ କୋଶଳ କଳାମଣ୍ଡଳ ପଡିଆ ବଲାଙ୍ଗିର-୧, ଫୋନ- ୯୪୩୭୨୪୧୮୭୭ [email protected]
[email protected]

Leave A Reply

Your email address will not be published.

17 + three =

error: Content is protected !!