କପିଲାଭଟା ଏମ୍‌ଇ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ବିଇଓଙ୍କ ଦ୍ୱାରସ୍ଥ ହେଲେ ସମିତି ସଭ୍ୟ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଏମ୍‌ଇ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ଆଜି ବଙ୍ଗୋମୁଣ୍ଡା ସ୍ଥିତ ବିଇଓଙ୍କ ଦ୍ୱାରସ୍ଥ ହୋଇ ଆଲୋଚନା କରିଛନ୍ତି କପିଲାଭଟା ପଞ୍ଚାୟତର ସମିତି ସଭ୍ୟ କେଦାର ଭୋଇ । କପିଲାଭଟା ଏମ୍‌ଇ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ୨୧୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନଙ୍କ ପାଠ ପଢିବା ପାଇଁ ମାତ୍ର ୩ ଗୋଟି ଶ୍ରେଣୀ ଗୃହ ଅଛି । ବାରଣ୍ଡାରେ ଛାତ୍ରଛାତ୍ରୀମାନେ ପାଠ ପଢ଼ୁଥିବା ବେଳେ ସ୍କୁଲ ଛାତରୁ ଅତଡା ଖସି ଥିବାରୁ ଜଣେ ଛାତ୍ରୀଙ୍କ ମୁଣ୍ଡ ଫାଟି ଯାଇଥିଲା । ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନେ ଭୟ କରି ଗଛ ତଳେ ପାଠ ପଢ଼ୁଥିବା ଅଭିଯୋଗ କରିଛନ୍ତି । ତେବେ ବିଭିନ୍ନ ସମୟରେ ଏହି ସ୍କୁଲକୁ ପରିଦର୍ଶନ କରି ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଫଳ ଶୁନ୍‌ । ଏ ନେଇ ଆଜି ସମିତି ସଭ୍ୟ କେଦାର ଭୋଇ ବଙ୍ଗୋମୁଣ୍ଡା ସ୍ଥିତ ବିଇଓଙ୍କ ଦ୍ୱାରସ୍ଥ ହୋଇ ବିଇଓ ବୈକୁଣ୍ଠ ନାଥ ଶବରଙ୍କ ସହ ସ୍କୁଲର ସମସ୍ୟାକୁ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ବିଦ୍ୟାଳୟର କିପରି ଭାବେ ବିଭିନ୍ନ ସମସ୍ୟାର ସମାଧାନ ହେବ ସେ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଡିଓ ଶ୍ରୀ ଶବର ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କପିଲାଭଟା ଗାଁରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବିଭିନ୍ନ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

four × three =

error: Content is protected !!