oom

ପାଟଣାଗଡ ଭାରତୀୟ ଜନତା ପାର୍ଟି ତରଫରୁ ଲରମ୍ଭା ଥାନା ଘେରାଉ

jsmm

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ପାଟଣାଗଡ ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ ଅଧ୍ୟକ୍ଷ ଭକ୍ତବ‌ନ୍ଧୁ ନାଏକ‌ଙ୍କ ନେତୃତ୍ୱରେ ଲର‌ମ୍ଭା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ଭୁଷୁଡି ପଡିଥିବା ନେଇ ଲରମ୍ଭା ଥାନା ଘେରାଉ କରାଯାଇଥିଲା । ନିକଟରେ ଏହି ଅଞ୍ଚଳରେ ଅନେକ ଗୁଡିଏ ଚୋରି, ଡକାୟତି ଦିନ ‌ଦ୍ୱିପହରରେ ଘଟିଯାଇଥିଲେ ମଧ୍ୟ ପୋଲିସର ହାତ ଅପରାଧି ପାଖକୁ ଯାଇପାରି ନାହିଁ । କିନ୍ତୁ ପୋଲିସ ସହିତ ମିଶି ନିଶା ଓ ମଦ ବେପାରୀ ତା‌ଙ୍କ ବେପାରକୁ ଜାରି ରଖିଛ‌ନ୍ତି । ତେଣୁ ଅତିଶୀଘ୍ର ଅପରାଧକୁ ନିୟନ୍ତ୍ରଣ କରି ଅପରାଧି ମାନଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି ଥାନା ଘେରାଉ କାର୍ୟ୍ୟକ୍ରମରେ ବିଜେପି କିଶାନ ମୋର୍ଚ୍ଚା ସଭାପତି ଶ୍ରୀ ମାଧବ କୁମାର ସାଏ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ କରମ ସିଂ ସରାଫ, ବଲ୍ଲଭ ଧରୁଆ, କମଲା ବଲ୍ଲଭ ଦାଶ, ଦେବରାଜ ସାହୁ, ରତିକାନ୍ତ ଭୋଇ, ସିରାଜ ମହମ୍ମଦ୍, ଟକଂଧର ଦଣ୍ଡସେନା, ଆଶିଷ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟା ସବିତା ସରାପ, ମୁରଲିଧର ତ୍ରିପାଠୀ ,ହରିଶ ଚନ୍ଦ୍ର ବେହେରା, ବୈଦରାଜ ଭୋଇ, ଗଂଗାଧର ସାହୁ, ନରହରି ଭୋଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.