ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଜୁନିୟର ଆସିଷ୍ଟାଣ୍ଟ ଗୋଲକ ବିହାରୀ ପୋଢ଼

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିୟର ଆସିଷ୍ଟାଣ୍ଟ ଗୋଲକ ବିହାରୀ ପୋଢ଼ । ସୂଚନା ଅନୁଯାୟୀ ଗୋଲକ ବିହାରୀ ପୋଢ଼ ତାଙ୍କ ବିଭାଗର ଜଣେ କର୍ମଚାରୀଙ୍କ ଏରିଅର ବିଲ କରିବାକୁ ୨୦ ହଜାର ଟଙ୍କା ନେଇଥିଲେ । ଏହାପରେ ପୁଣି ଥରେ ଆଉ ୧୫ ହଜାର ଟଙ୍କା ଦାବୀ କରିଥିଲେ । ଫଳରେ କର୍ମଚାରୀ ଜଣକ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଭିଜିଲାନ୍ସ ଟିମ୍ ପୂର୍ବ ଯୋଜନା ମତେ ଗୋଲକ ବିହାରୀ ପୋଢ଼ ଲାଞ୍ଚ ନେବା ବେଳେ କାବୁ କରିଛନ୍ତି । ତାଙ୍କ ନିକଟରୁ ନଗଦ ୧୫ ହଜାର ଟଙ୍କା ଜବତ ହୋଇଛି । ସୋନପୁର ଭିଜିଲାନ୍ସ ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

one × 3 =