ଟିଟିଲାଗଡ ଦେଇ ଯାଉଥିବା ଦୁର୍ଗ-ପୁରୀ ଏକ୍ସପ୍ରେସରେ ଜବର ଭିଡ : ମିଳୁନି ସିଟ୍‌, ସଂରକ୍ଷଣ ସିଟ୍‌ ରହୁଛି ୱେଟିଂ, ବଗି ବଢାଇବାକୁ ଦାବୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ରେଳ ଜଙ୍କସନ୍ ଉପରେ ଟିଟିଲାଗଡ ସହର ପାଖ ଗ୍ରାମାଞ୍ଚଳ ତଥା ପଡୋଶୀ ଜିଲ୍ଲାର ବହୁ ଯାତ୍ରୀ ଗମନାଗମନ କରିବା ପାଇଁ ନିର୍ଭର କରିଥାନ୍ତି । ଯେହେତୁ ଟିଟିଲାଗଡ ରେଳ ଜଙ୍କସନଠାରୁ ଦେଶର ସମସ୍ତ କୋଣକୁ ରେଳ ଯୋଗେ ପହଞ୍ଚି ହୁଏ, ସେଥିପାଇଁ ବହୁତ ଲୋକ ଏହି ରେଳ ଷ୍ଟେସନ ଉପରେ ନିର୍ଭର କରନ୍ତି । ବହୁତ ଗୁଡ଼ିଏ ଏକ୍ସପ୍ରେସ ଏହି ବାଟ ଦେଇ ଯାଉଥିବା ବେଳେ ଖାସ କରି ଦୁର୍ଗ-ପୁରୀ ଏକ୍ସପ୍ରେସରେ ଲୋକଙ୍କୁ ସିଟ୍‌ ନ ମିଳିବା ଏବେ ନିତି ଦିନିଆ ଘଟଣାରେ ପରିଣତ ହୋଇଗଲାଣି, ଯେହେତୁ ଏହି ଟ୍ରେନରେ ବହୁତ ଲୋକ ଯିବା ଆସିବା କରନ୍ତି ସେଥିପାଇଁ ପ୍ରାୟ ଦିନ ଟିକଟ ୱେଟିଂରେ ରହୁଥିବା ଯୋଗୁଁ ବହୁ ଲୋକ ଯିବାରୁ ବଞ୍ଚିତ ରହୁଛନ୍ତି । ସେହିପରି ବେଙ୍ଗଲୋର୍ ଏକ୍ସପ୍ରେସରେ ମଧ୍ୟ ସମାନ ଅବସ୍ଥା । ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏହି ଟ୍ରେନ ଗୁଡିକରେ ଅଧିକ ବଗି ଯୋଡ଼ିବାକୁ ଜନସାଧାରଣ ଦାବୀ କରିଛନ୍ତି ।

Leave A Reply

Your email address will not be published.

5 × four =