pakka

ନିର୍ବାଚନ ମଣ୍ଡଳୀର ବିକାଶ ଏବଂ ଲୋକଙ୍କ ହକ୍‌ ପାଇଁ ଲଢେଇ ହେବ : ରାଧାମୋହନ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-ପିପିଲି ନିର୍ବାଚନ ମଣ୍ଡଳୀର ନିଷ୍ପେସିତ, ଅବହେଳିତ ଲୋକଙ୍କ ସାହା ଭରଷା ହୋଇ ଛିଡା ହେବ ଏଇ ନବଗଠିତ ଡେଲାଙ୍ଗ-ପିପିଲି ଜନକଲ୍ୟାଣ ମଞ୍ଚ, ଏହାର ଆବାହକ ତଥା ଯୁବ ନେତା, ସମାଜସେବୀ ରାଧାମୋହନ ଆଜି ପ୍ରେସ୍‌ ବିବୃତ୍ତିରେ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିପଡା ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ ମଞ୍ଚ ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାର ଆୟୋଜନ କରାଯାଇଥିଲା । ଏଥିରେ ମଞ୍ଚର ଆବାହକ ଯୁବ ନେତା ରାଧାମୋହନ ସହ ମଞ୍ଚର ଉପଦେଷ୍ଟା ତଥା ସମାଜସେବୀ ଜନ୍ମେଜୟ ଜେନା, ସଂଗଠକ ମହମ୍ମଦ ସହିଦ ରାଜା ଓ ସୁକାନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଡେଲାଙ୍ଗ-ପିପିଲି ନିର୍ବାଚନୀ ମଣ୍ଡଳୀରେ କ୍ଷମତାସୀନ ଶାସକ ଦଳର ନେତା ଦୀର୍ଘ ୪୦ ବର୍ଷ କ୍ଷମତାରେ ରହିଥିଲେ ମଧ୍ୟ ଆମ ଅଞ୍ଚଳରେ ଆଖି ଦ୍ରୁଶୀଆ ବିକାଶ ହୋଇ ପାରି ନାହିଁ ବୋଲି ମତ ପ୍ରକାଶ ପାଇଛି । ଏଠାରେ ଲୋକେ ବିଭିନ୍ନ କ୍ଷେତ୍ରରେ ଅବହେଳିତ, ନିଷ୍ପେସିତ ଓ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ବହୁ ଅସୁବିଧା ମଧ୍ୟରେ ଜୀବିକା ନିର୍ବାହ କରୁଛନ୍ତି । ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ କ୍ଷେତ୍ରରେ ଅବହେଳିତ, ସ୍କୁଲରେ ଶିକ୍ଷକ ଅଭାବି, ମେଡିକାଲରେ ଡାକ୍ତର ଅଭାବି, ରାସ୍ତଘାଟର ସମସ୍ୟା, ପାନୀୟ ଜଳ ସମସ୍ୟା, ବେକାରୀ ସମସ୍ୟା ବଢିଛି, ମଠ ମନ୍ଦିର ଐତିହ ପୀଠ ଗୁଡିକ ଅବହେଳିତ ହେଉଥିବା ଅଭିଯୋଗ ହୋଇଛି । ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ବିକାଶ କେବେ ହେବ ? ଫନି ମାହାବାତ୍ୟାକୁ ସାଢ଼େ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ବାସହରାଙ୍କୁ ଏପର୍ଯ୍ୟନ୍ତ ସହାୟତା ମିଳିନାହିଁ । ଆବାସ ଯୋଜନା ପ୍ରକୃତ ହିତାଧିକାରୀଙ୍କୁ ମିଳୁନାହିଁ । ପିପିଲିର ଚାନ୍ଦୁଆ ଶିଳ୍ପ ଲୋପ ହେବାକୁ ବସିଲାଣି । ଶିଳ୍ପାୟନ ଓ ମିନି ଷ୍ଟାଡିୟମ ହୋଇପାରିଲା ନାହିଁ ବୋଲି ଅଭିଯୋଗ ହୋଇଛି । ନିର୍ବାଚନ ମଣ୍ଡଳୀର ଉନ୍ନତିକରଣ ଓ ଲୋକଙ୍କ ସମସ୍ୟା ହକ୍‌ ପାଇଁ ଆଗାମୀ ଦିନରେ ଏହି ମଞ୍ଚ ସଂଗ୍ରାମ ଜାରି ରଖିବ ବୋଲି ଯୁବ ନେତା ରାଧାମୋହନ ପ୍ରେସ୍‌ ବିବୃତ୍ତିରେ ମତ ପ୍ରକାଶ କରିଥିଲେ । ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହତ୍ସୋବ ପାଳନ ପରିପ୍ରେକ୍ଷୀରେ ଆସନ୍ତା ଅଗଷ୍ଟ ୧୫ ଡେଲାଙ୍ଗ- ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ସଙ୍କଟ ମୋଚନ ହନୁମାନ ମନ୍ଦିରଠାରୁ ହର ଘର ତ୍ରିରଙ୍ଗା ଅଭିଯାନରେ ଏକ ହାଜର ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ପିପିଲି ପରିକ୍ରମା କରି ଡେଲାଙ୍ଗର ଐତିହାସିକ ବେରବୋଇ ଗାନ୍ଧୀସ୍ମ୍ରୁତି ପୀଠ ଦେଇ ଡେଲାଙ୍ଗ ବ୍ଲକ ଓ ଗଡ଼ଚଣ୍ଡୀ ପୀଠରେ ପହଞ୍ଚିବ ବୋଲି ମଞ୍ଚର ଉପଦେଷ୍ଟା ଶ୍ରୀ ଜେନା ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

four × five =