pakka

ବଲାଙ୍ଗିର କୁଲୁତା ସମାଜର ବାର୍ଷିକ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ଠାରେ ବଲାଙ୍ଗିର କୁଲୁତା ସମାଜ ସଭାପତି ସୁରଥ ପଧାନଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଇଷ୍ଟଦେବୀ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡିଙ୍କ ପୂଜାର୍ଚ୍ଚନା କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଭାପତିଙ୍କ ବାର୍ତ୍ତା ପରେ ସଂପାଦକ ସାନ୍ତନୁ କୁମାର ପାତ୍ରଙ୍କ ଦ୍ୱାରା ବାର୍ଷିକ ବିବରଣୀ ପଠନ କରାଗଲା । ଆୟବ୍ୟୟ ଅଟକଳ ପଠନ ସହିତ ସମାଜରେ ଅସାମାଜିକ କାର୍ଯ୍ୟ ତଥା ସଂଗଠନ ବିରୋଧୀ କାର୍ଯ୍ୟ କରୁଥିବା କର୍ମକର୍ତ୍ତାଙ୍କୁ ଭବିଷ୍ୟତରେ ସାମାଜିକ କାର୍ଯ୍ୟରେ ଅଂଶୀଦାର ନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା । ଉପଦେଷ୍ଟା ସଦସ୍ୟ ରାସବିହାରୀ ମାଝି, ତ୍ରିଲୋଚନ ସାହୁ, ମଧୁ ସାହୁ, ଶାନ୍ତନୁ କୁମାର ଭୋଇ, ଉମେଶ ପଧାନ ସମାଜର ସର୍ବାଙ୍ଗିନ ଉନ୍ନତି ପାଇଁ ତାଙ୍କର ଉପଯୁକ୍ତ ମତବ୍ୟକ୍ତ କରିଥିଲେ । ନିର୍ବାଚନ ଅଧିକାରୀ ଭାବରେ ପଦ୍ମନାଭ ଭୋଇଙ୍କୁ ଚୟନ କରାଯାଇଥିଲା । ତଦ୍‌ନୁସାରେ ନୁତନ କର୍ମକର୍ତ୍ତା ଭାବେ ସଭାପତି ସୁରଥ ପଧାନ, ସଂପାଦକ ସାନ୍ତନୁ କୁମାର ଭୋଇ, ସହ-ସଂପାଦକ ରାମଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଗୋବର୍ଦ୍ଧନ ପ୍ରଧାନ, କାର୍ଯ୍ୟକାରୀ ସଦସ୍ୟ କୂଳମଣି ବିଶ୍ୱାଲ, ପ୍ରହଲ୍ଲାଦ ଭୋଇ, ମଧୁ ସାହୁ, ବିକାଶ ରଂଜନ ବାରିକ, ସୁନିଲ କୁମାର ମାଝି ଓ ଉପଦେଷ୍ଟା ସଦସ୍ୟ ରାହସ ବିହାରୀ ମାଝି, ତ୍ରିଲୋଚନ ସାହୁ ଓ ଯାଦବ ଚନ୍ଦ୍ର ଭୋଇ । ଯୁବ ସଂଗଠନ ନିମନ୍ତେ ୟୁଥ୍‌ କୋଡିନେଟର ଭାବେ ସୁଦର୍ଶନ ସାହୁ, ସଭ୍ୟ ନେତ୍ରାନନ୍ଦ ପଧାନ, ରୋହିନ ରଂଜନ ସାହୁ, ଲକ୍ଷ୍ମଣ ବିଶ୍ୱାଲ, ନିରଞ୍ଚନ ଗଡତ୍ୟା, ଲଲିତ ପଧାନ ଓ ଆକାଶ ପଧାନଙ୍କୁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ଚୟନ କରାଗଲା । ସେହିପରି ସମାଜ ମିଡିଆ ସେଲ ପରିଚାଳକ ଭାବେ ବିଭୁ କଲ୍ୟାଣ ଗଡତ୍ୟାଙ୍କୁ ଚୟନ କରାଗଲା । ନିର୍ବାଚିତ ପ୍ରତିନିଧିମାନଙ୍କୁ ରାହସ ବିହାରୀ ମାଝିଙ୍କ ଦ୍ୱାରା ଶପଥପାଠ କରାଯାଇଥିଲା ।

jay balangir
Leave A Reply

Your email address will not be published.

8 − 5 =

error: Content is protected !!