oom

ବିଶ୍ୱ ଆଦିବାସୀ ଦିବସ ପାଳିତ

jsmm

ମ.ରାମପୁର, (ହେମନ୍ତ ସାହୁ) : ଆଦିସ୍କନ୍ଦ ସମାଜ ମ.ରାମପୁର ବ୍ଲକ ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀଙ୍କ ନେତୃତ୍ୱରେ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହେଇଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ସହିତ ମ.ରାମପୁର ତହସିଲଦାର ଜୟନ୍ତ ବେହେରାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯଇଥିଲା । ତତ୍‌ ସହିତ ଆଜିର ଏହି ପବିତ୍ର ଦିବସକୁ ସ୍ମରଣୀୟ କରିବାକୁ ବୃକ୍ଷ ରୋପଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଧନସିଂ ମାଝୀ, ପଦମସିଂ ମାଝୀ, ବାରୁ ମାଝୀ, ଭୂପିନ୍ଦର ମାଝୀ, ବେଣୁଧର ମାଝୀ, କ୍ଷେତ୍ରୀ ମାଝୀ, ଲୋଚନ ଧରୁଆ, ସିଦ୍ଧେଶ୍ୱର ମାଝୀ, କୃପା ମାଝୀ, ବୁଡ଼ୁ ମାଝୀ, ଲୋଚନ ମାଝୀ, ବୈକୁଣ୍ଠ ମାଝୀ, ରାଧାକାନ୍ତ ଭୋଇ, ବିପ୍ର ମାଝୀ, ଅଲେଖ ମାଝୀ, ଦ୍ୱିତୀୟାବାନ ମାଝୀ, ନୀଳାମ୍ବର ପାତ୍ର, ଅଭିମନ୍ୟୁ ମାଝୀ, ଦାଶରଥୀ ମାଝୀ, ଡ଼ୋଳାମଣି ପାତ୍ର, ଅଶୋକ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଶ୍ୱ ଆଦିବାସୀ ଦିବସ ଅବସରରେ ଦିବଙ୍ଗତ ଆଦିବାସୀ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି, କନ୍ଧଭାଷା, ସଂସ୍କୃତି, ଦେବାଦେବୀଙ୍କ ପୂଜାପୀଠର ସୁରକ୍ଷା, ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା, ଅର୍ଥନୈତିକ ବିକାଶ, ଜଙ୍ଗଲ, ଜମିନ୍‌ର ଅଧିକାର ଓ ସୁରକ୍ଷା, ମେଡିକାଲ, ଇଞ୍ଜିନିୟରିଂରେ ସିଟ ସଂରକ୍ଷଣ, ଯୁକ୍ତ ଦୁଇ, ଆଇଟିଆଇ, ଡିପ୍ଲୋମାରେ ଆଡମିଶନ ଫି ଛାଡ, କରୋନା କାଳରେ ଆଦିବାସୀ ପରିବାରଙ୍କୁ ସ୍ୱତନ୍ତ୍ର ୧୦ହଜାର ଟଙ୍କା ପ୍ୟାକେଜ, ଆଦିବାସୀ ଦିବସକୁ ସରକାରୀ ଛୁଟି ଘୋଷଣା ଇତ୍ୟାଦି ଦାବୀ କରାଯାଇଥିବା ଜଣାଯାଇଛି ।

jittmm
Leave A Reply

Your email address will not be published.