pakka

ଜିଲ୍ଲାରେ ଆଦିବାସୀ ମ୍ୟୁଜିୟମ ସ୍ଥାପନ କରାଯାଉ : ୯ ଅଗଷ୍ଟକୁ ଛୁଟି ଘୋଷଣା ପାଇଁ ଦାବୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ-୧୯ ଓ ଆଦିବାସୀଙ୍କ ପୁନଃସଂସ୍ଥାପନ ବାରତା ଦେଇ ଚଳିତ ବର୍ଷ ମିଳିତ ଜାତିସଂଘର ସଦସ୍ୟ ଦେଶ ମାନେ ବିଶ୍ୱ ମୂଳନିବାସୀ(ଆଦିବାସୀ) ଦିବସ ପାଳନ କରୁଛନ୍ତି । ଭାରତରେ ଆଦିବାସୀ ମାନଙ୍କର ଭାଷା, ସଂସ୍କୃତି, ମାନବିକ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ଜଳ, ଜଙ୍ଗଲ, ଜମିନ, ଜୀବନଜୀବିକାର ସୁରକ୍ଷା ଓ ଅଧିକାକୁ ସମ୍ମାନ ସହ ସାମାଜିକ ଅର୍ଥନୈତିକ ବିକାଶ ତଥା ପାରମ୍ପରିକ ପ୍ରାକୃତିକ ଉତ୍ସର ସୁରକ୍ଷା ସହିତ ତାଙ୍କର ମର୍ଯ୍ୟାଦା ପୂର୍ଣ୍ଣ ଅଧିକାର, ନ୍ୟାର୍ଯ୍ୟ ଦାବୀ ଓ ପରିବେଶ ପ୍ରତି ଅବଦାନକୁ ସୁରକ୍ଷା ଏବଂ ପ୍ରୋତ୍ସାହନ ଦେବା ଏହି ଦିବସର ମୂଳ ଲକ୍ଷ୍ୟ । ଏହି ଅବସରରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଓ ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ଅନୁକୁଲ୍ୟରେ ସ୍ଥାନୀୟ ଗୋଁଣ୍ଡୱାନା ଭବନରେ ବିଶ୍ୱ ମୂଳନିବାସୀ(ଆଦିବାସୀ) ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ପ୍ରଦୀପ କୁମାର ମଲ୍ଲୀକ, ଗଣେଶ ମାଝୀ, ପଙ୍କଜୀନି ଭୋଇ, ମୀନକେତନ ମାଝୀ, ଗାୟତ୍ରୀ ଭୋଇ, ଉମେଶ ଚନ୍ଦ୍ର ନାଏକ, ଶଶିଭୁଷଣ ଗଡନାୟକ, ମମତା ପାତ୍ର, ରାମପ୍ରସାଦ ଭୋଇ, ଶମ୍ଭୁଭୁଷଣ ଗଡନାୟକ, ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ, ଆଦିକନ୍ଦ ଭୋଇ, କେଶରୀ କୁଅଁର ପ୍ରମୁଖ ବକ୍ତବ୍ୟ ରଖିଥିଲେ ଓ ରାଜ୍ୟ ସ୍ତରୀୟ ୱେବନାର ମିଟିଙ୍ଗରେ ଯୋଗ ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ରାଜ୍ୟରେ ଅନୁସୂଚିତ ଜନଜାତି କମିଶନ ଶୀଘ୍ର ଗଠନ, ପେସା ଆଇନକୁ କାର୍ଯ୍ୟକାରୀ, ବଲାଙ୍ଗିର ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେଲାପରେ ପୁରୁଣା କୋଠାରେ ଆଦିବାସୀ ମ୍ୟୁଜିୟମ ସ୍ଥାପନ, ଗୋଁଣ୍ଡୱାନା ଇତିହାସ ସହିତ ରାଣୀ ଦୁର୍ଗାବତୀ ମଣ୍ଡାବୀଙ୍କ ଜୀବନୀ ପାଠ୍ୟ ପୁସ୍ତକରେ ସାମିଲ, ନକଲି ଆଦିବାସୀଙ୍କୁ ଚିହ୍ନଟ, ସମସ୍ତ ଆଶ୍ରମ ସେବାଶ୍ରମ ଆବାସିକ ବିଦ୍ୟାଳୟ ମାନଙ୍କରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ସହିତ ଭିତିଭୂମୀ ସୁଦୃଢ, ଆଦିବାସୀ ଗ୍ରାମ, ପଡାରେ ଅତିକମରେ ଦଶ ଜଣ ଛାତ୍ରଛାତ୍ରୀ ଥିଲେ ନୂତନ ବିଦ୍ୟାଳୟ ସ୍ଥାପନ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ମାନଙ୍କର ଷ୍ଟାଇଫେଣ୍ଡ ବୃଦ୍ଧି, ରାଜ୍ୟରେ ଶିକ୍ଷା ପ୍ରଣାଳୀ ଶୁଦୃଢ଼ କରିବା ପାଇଁ ପୁରୁଣା ପାରମ୍ପରିକ ପଦ୍ଧତି ଶିକ୍ଷାଦାନ ପରିବର୍ତେ ସାର୍ବଜନିନ ଆଧୁନିକ କମ୍ପ୍ୟୁଟରୀକରଣ ଶିକ୍ଷା ପ୍ରଦାନ ପାଇଁ ଭିତିଭୂମି ସୃଷ୍ଟି, ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଠ ଥିବା ୩୪ଟି ବିଧାନ ସଭା ମଣ୍ଡଲିକୁ ପୂର୍ବପରି ଅନୁସୂଚିତ ଜନଜାତି ମାନଙ୍କ ପାଇଁ କାଏମ୍‌, ରାଜ୍ୟରେ ପ୍ରତି ବର୍ଷ ୯ ଅଗଷ୍ଟ ବିଶ୍ୱ ଆଦିବାସୀ (ମୂଳନିବାସୀ) ଦିବସକୁ ଛୁଟି ଘୋଷଣା, ବଲାଙ୍ଗିର ଜିଲ୍ଲାର ବେଲପଡା, ଖପ୍ରାଖୋଲ, ପାଟଣାଗଡ, ତୁରେକେଲା ଓ ସଇଁନ୍ତଲା ବ୍ଲକକୁ ଟିଏସପି ବ୍ଲକ ଭାବରେ ଘୋଷଣା କରିବା, ଇତ୍ୟାଦି ଦାବୀ ପ୍ରଦାନ କରାଯାଇଥିଲା ।

jay balangir
Leave A Reply

Your email address will not be published.

five − one =

error: Content is protected !!