pakka

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ୱ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ ପ୍ରକାଶ ପାଇଥିବା ଓଡଶା ବୋର୍ଡର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ସିଭିଲ ଟାଉନ୍‌ସିପ୍‌ସ୍ଥିତ ନିମ୍ବସ କ୍ୟାରିୟର କୋଚିଂ ସେଣ୍ଟରର ଛାତ୍ରୀ ତାନିଆ ସାହୁ ୯୨.୩୩ ପ୍ରତିଶତ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଛେଣ୍ଡସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟର ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଛାତ୍ରୀ ହୋଇଥିବା ବେଳେ ନିମ୍ବ୍‌ସ କୋଚିଂ ସେଂଟରରେ କୋଚିଂ ନେଇ ଆସୁଥିଲେ । ତାଙ୍କର ଏହି ସଫଳତା ପାଇଁ କୋଚିଂ ସେଣ୍ଟରର ମୁଖ୍ୟ ବିଶ୍ଵଜିିତ୍ ତ୍ରିପାଠୀ ଓ ଅନ୍ୟ ସହପାଠୀବୃନ୍ଦ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଏହି ସଫଳତା ରାଉରକେଲା ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି ।

Leave A Reply

Your email address will not be published.

19 + twelve =