pakka

କପିଲାଭଟାରେ ଗ୍ରାମ ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

bbehera

ବଙ୍ଗୋମୁଣ୍ଡା, (ଅର୍ଜନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତର ତାଳଭଟା ସର୍ବସାଧାରଣ ଖେଳପଡିଆ ଠାରେ ଗ୍ରାମ ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ କୁଳମଣି ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କପିଳାଭଟା ପଞ୍ଚାୟତ ସରପଞ୍ଚ ତୁଳସେ ଭୋଇ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଏଥିରେ ସମ୍ମାନୀୟ ଅତିଥି ଭାବେ ଶିକ୍ଷକ କିରଣ କୁମାର ପ୍ରଧାନ, କପିଳାଭଟା ମା’ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ସ୍କୁଲର କିରାଣୀ ବୃନ୍ଦାବନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା ଦିନରେ ହକି ୱାର୍ଲଡ଼ କପ ହେବାକୁ ଥିବା ବେଳେ କ୍ରୀଡ଼ାବିତଙ୍କୁ କିପରି ଭାବେ ସଚେତନତା ହେବେ ସେ ନେଇ ଏହି ପ୍ରତିଯୋଗିତା ପଞ୍ଚାୟତ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି । ଏଥିରେ ଫୁଟବଲ ଓ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କ୍ରୀଡା ଶିକ୍ଷକ ନିଲମଣି ବିଶି ଖେଳ ପରିଚାଳନା କରିଥିଲେ । କୃତି ପ୍ରତିଯୋଗୀ ମାନେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି । ଏଥିରେ ଜିଓ ଟେଗ ଶୁଭାକର ନାଗ, ବୈଷ୍ଣବ ହଂସ, ନରଫଳ ହଂସ ପ୍ରମୁଖଙ୍କ ସହ ପଞ୍ଚାୟତ କର୍ମଚାରୀ ମାନେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

nineteen + nine =

error: Content is protected !!