pakka

ସ୍ୱର୍ଗତ ମନୋହର ନାଗଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଟେମରୀ ପଞ୍ଚାୟତ ସୋଢା ଗ୍ରାମର ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ମନୋହର ନାଗଙ୍କ ଆକଷ୍କିକ ଦୂର୍ଘଟଣାରେ ମୃତ ବରଣ ହୋଇଥିଲା । ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକରେ ଚ୍ଛାୟା ଖେଳି ଯାଇଥିଲା । ତାଙ୍କର ପଛରେ ମାତା, ପିତା, ସ୍ତ୍ରୀ ନିରବତୀ ନାଗ, ଦୁଇ ପୁଅ ପଦ୍ମଲୋଚନ ନାଗ (୧୬) ସୁରେନ୍ଦ୍ର ନାଗ (୧୪)ଙ୍କୁ ଛାଡି ଯାଇଛନ୍ତି । ଆଜି ତାଙ୍କ ସୋଢା ଗ୍ରାମର ବାସ ଭବନ ଠାରେ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇ ଶ୍ରୀ ନାଗଙ୍କ ଫୋଟୋ ଚିତ୍ରରେ ଫୂଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ପରିବାର ବର୍ଗ ସମବେଦନା ଜଣାଇଥିଲେ । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପୁରୋହିତ ନୃସିଂହନାଥ ମହାପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଭାଗିରଥୀ ବେହେରା, ଦିଲ୍ଲିପ ପ୍ରଧାନ, ବିପିନ ସାହୁ, ଡୋଲାମଣି ବଢେଇ, ପିତବାସ ଭୋଇ, ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ଭୀଷ୍ମଦେବ ପଟେଲଙ୍କ ସମେତ ଅନ୍ୟ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

16 − four =

error: Content is protected !!