
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମିନି ଷ୍ଟାଡିୟମଠାରେ ଚାଲିଥିବା ଦୁଇ ଦିବସୀୟ ଜିଲ୍ଲା ସ୍ତରୀୟ ଆଥଲେଟିକ ମିଟ୍ ଆଜି ଉଦ୍ଯାପିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ, କ୍ଲବର ୫ଶହ ପ୍ରତିଯୋଗୀ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠିତ ପୁରୁଷ ୧୦୦ ମିଟର ଦୌଡରେ ତିଳକ ରାଉତ ପ୍ରଥମ, ବେଦବ୍ୟାସ ସେଠ୍ ଦ୍ଵିତୀୟ, ବିକାଶ ବିଶ୍ଵାଳ ତୃତୀୟ, ପୁରୁଷ ସର୍ଟପୁଟ ଫିଙ୍ଗିବାରେ ଗୋପାଳ ମେହେର, ପ୍ରଥମ, ନିରଜ୍ ସାହୁ ଦ୍ଵିତୀୟ, କିଶୋର ବର୍ଗେ ତୃତୀୟ, ଡିସ୍କସ୍ ଫିଙ୍ଗିବାରେ ସୁନିଲ ସିଂରେ ନିରଜ ସାହୁ ପ୍ରଥମ, ଗୋପାଳ ମେହେର, ଦ୍ଵିତୀୟ, ସୁନିଲ ସିଂ ତୃତୀୟ, ଜେବଲିନ ଫିଙ୍ଗିବାରେ ସୁଶିଲ ଭୁଏ ପ୍ରଥମ, ପ୍ରଶାନ୍ତ ଭୁଏ ଦ୍ୱିତୀୟ, ସୁରେନ୍ଦ୍ର ମେହେର ତୃତୀୟ ସ୍ଥାନରେ ରହିଥିଲେ । ସେହିପରି ମହିଳା ବିଭାଗରେ ୧୦୦ ମିଟର ଦୌଡ ପ୍ରତିଯୋଗୀତାରେ ତିଳୋତ୍ତମା ବରିହା ପ୍ରଥମ, ଅମ୍ବାଳିକା ବରିହା ଦ୍ୱିତୀୟ, ଲୀନା ବେହେରା ତୃତୀୟ, ସର୍ଟ ପୁଟ ଫିଙ୍ଗିବାରେ ମିନାକ୍ଷୀ ସେଟ୍ ପ୍ରଥମ, ସରିତା ଦେହୁରୀ ଦ୍ଵିତୀୟ, ଦିଲେଶ୍ୱରି ମେହେର ତୃତୀୟ, ୪୦୦ ମିଟର ଦୌଡ ପ୍ରତିଯୋଗୀତାରେ ସ୍ୱର୍ଣ୍ଣଲତା ରାଉତ ପ୍ରଥମ, ସୁମିତ୍ରା ଧରୁଆ ଦ୍ଵିତୀୟ, ଲିନା ବେହେରା ତୃତୀୟ, ଡିସ୍ କସ୍ ଫିଙ୍ଗିବାରେ ଲିମା ଭୋଇ ପ୍ରଥମ, ଦିଲେଶ୍ଵରି ମାହାର ଦ୍ଵିତୀୟ, ମିନାକ୍ଷୀ ସେଟ୍ ତୃତୀୟ ହୋଇଥିଲେ । ୧୮ ବର୍ଷରୁ କମ୍ ବୟସ ବାଳକମାନଙ୍କ ଟ୍ରିପଲ୍ ଜମ୍ପରେ ଆର. ରୋହନ ତେବର୍ ପ୍ରଥମ, ଝକେତନ୍ ରୋହି ଦାସ, ଦ୍ଵିତୀୟ, ଧର୍ମେନ୍ଦ୍ର ରୋହିଦାସ ତୃତୀୟ, ଡିସକସ୍ ଫିଙ୍ଗିବାରେ ଦୀପକ ବଢେଇ ପ୍ରଥମ, ଅରବିନ୍ଦ ବିଭାର ଦ୍ଵିତୀୟ, ସୋହନ କୁମାର ତୃତୀୟ, ୧୦୦ ମିଟର ଦୌଡ ପ୍ରତିଯୋଗୀତାରେ ପ୍ରତୀକ ମହାରଣା ପ୍ରଥମ, ଏସ. ଆଚାର୍ଯ୍ୟ ଦ୍ଵିତୀୟ, ରାଜୁ ଭୁଏ ତୃତୀୟ, ୪୦୦ ମିଟର ଦୌଡ ପ୍ରତିଯୋଗୀତାରେ ଅଜିତ ପ୍ରଧାନ ପ୍ରଥମ, ମଳୟ ବାରିକ ଦ୍ଵିତୀୟ, ଏ. ସାହୁ ତୃତୀୟ ହୋଇଛନ୍ତି । ୨୩ ବର୍ଷରୁ କମ୍ ବୟସ ବାଳକ ବିଭାଗ ୧୦୦ ମିଟର ଦୌଡ ପ୍ରତିଯୋଗୀତାରେ ରାଜକୁମାର ସାହୁ ପ୍ରଥମ, ବଜରଙ୍ଗ ରୂପା ଦ୍ଵିତୀୟ, ଅଙ୍କିତ ବେହେରା ତୃତୀୟ, ୪୦୦ ମିଟର ଦୌଡ ପ୍ରତିଯୋଗୀତାରେ ବଜରଙ୍ଗ ପ୍ରଥମ, ଏସ.ପାଣ୍ଡେ ଦ୍ଵିତୀୟ, ପ୍ରକାଶ ଲୁହା ତୃତୀୟ, ଲମ୍ବଡିଆଁରେ ଏସ.ପାଣ୍ଡେ ପ୍ରଥମ, ପୃଥ୍ବୀରାଜ ପ୍ରଧାନ ଦ୍ଵିତୀୟ, ଦୀପକ ତୃତୀୟ, ଡିସ୍କସ ଫିଙ୍ଗିବାରେ ସତ୍ୟ କର୍ମୀ ପ୍ରଥମ, ସମୀର ପାଢ଼ୀ ଦ୍ଵିତୀୟ, ସନ୍ତୋଷ ତାଣ୍ଡି ତୃତୀୟ ହୋଇଛନ୍ତି । ସେହିପରି ୨୩ ବର୍ଷରୁ କମ୍ ବୟସ ବାଳିକାମାନଙ୍କ ୧୦୦ ମିଟର ଦୌଡ ପ୍ରତିଯୋଗୀତାରେ ସୁଧାରାନି ମଲ୍ଲିକ ପ୍ରଥମ, ଝାନସି ଭୋଇ ଦ୍ଵିତୀୟ, ଲିମା ଭୋଇ ତୃତୀୟ, ୪୦୦ ମିଟର ଦୌଡ ପ୍ରତିଯୋଗୀତାରେ ରୁକ୍ମିଣୀ ମାଝୀ ପ୍ରଥମ, ସୁବାସିନି ଭୁଏ ଦ୍ଵିତୀୟ, ଅନୁପମା ପାତ୍ର ତୃତୀୟ, ଡିସ୍କସ୍ ଫିଙ୍ଗିବାରେ ଏନ୍. ଶ୍ରିସା ପ୍ରଥମ, ପଙ୍କଜିନି ପ୍ରଧାନ ଦ୍ଵିତୀୟ, ଉର୍ମିଳା ମେହେର ତୃତୀୟ ହୋଇଥିଲେ ।