csstore

ସେୟାର ତରଫରୁ ଜାତୀୟ କ୍ରୀଡା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ କ୍ରୀଡା ଅନୁଷ୍ଠାନ ସେୟାର ତରଫରୁ ଜାତୀୟ କ୍ରୀଡା ଦିବସ ସେକ୍ଟର ୬ସ୍ଥିତ ବସ୍ତିଆ ମେମୋରିଆଲ ଟ୍ରଷ୍ଟଠାରେ ପାଳିତ ହୋଇଯାଇଛି । ସେୟାରର ଅଧ୍ୟକ୍ଷ ସରୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଦୀପ୍ତି ରଂଜନ ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କର୍ଣ୍ଣେଲ ଡାକ୍ତର ସଜେଲ ସେନ୍, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସୁବେଦାର ଧନେଶ୍ୱର ଦାସ, ଡାକ୍ତର ପ୍ରଦୀପ କୁମାର ବର୍ମା, କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ସଂପାଦକ ପ୍ରଦୀପ କୁମାର ଦାସ, ସମାଜସେବୀ ଦେବୀ ପ୍ରକାଶ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କ୍ରୀଡା ଦିବସ ପାଳନର ଆବଶ୍ୟକତା ଓ ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କ୍ରୀଡାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସର୍ବଶ୍ରୀ ସୁଶୀଲ କୁମାର ଦାସ, ଶୁଭ୍ରାଂଶୁ ମହାରଣା, ଅଲେଖ ବାରିକ, ଆନ୍ନା କେର୍କେଟା, ପ୍ରଦୀପ୍ତ କୁମାର ମହାନ୍ତି, ଜୟା ନାମ୍ବିଆର ପ୍ରମୁଖଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ମେମୋଣ୍ଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମମତାଞ୍ଜଳି ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ଗୌତମ ମିଶ୍ର, ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଣ୍ଡା, ନିଖିଳ କଳାକାର ପ୍ରଧାନ, ସଚ୍ଚିଦାନନ୍ଦ ପରିଡା, ମନୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନିର୍ଦ୍ଦେଶକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ହକି କ୍ରୀଡାର କିମ୍ବଦନ୍ତୀ ଖେଳାଳି ଧ୍ୟାନଚାନ୍ଦଙ୍କ ଜୟନ୍ତୀକୁ ଜାତୀୟ କ୍ରୀଡା ଦିବସ ଋପେ ପାଳନ କରାଯାଉଛି ।

jayashree
Leave A Reply

Your email address will not be published.