ତେତେଲଖୁଣ୍ଟିଠାରେ ଯୁବ ବିଜେଡି ସମାବେଶ

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମୁରିବାହାଲ ବ୍ଲକର ତେତେଲଖୁଣ୍ଟିଠାରେ ଯୁବ ବିଜେଡି ସମାବେଶ ଅନୁଷ୍ଠିତ ହୋଇଯାଇଛି । ସୌରବ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଯୁବ ବିଜେଡି ସମାବେଶରେ ମୁରିବାହାଲ ବ୍ଲକର ୩ଟି ପଞ୍ଚାୟତର ବିଭିନ୍ନ ଗାଁର ଯୁବକମାନେ ଯୋଗ ଦେଇଥିଲେ । ଏହି ଯୁବ ସମାବେଶରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ସଂପାଦକ ତଥା ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି ଅଜିତ କୁମାର ଯୋଷୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ବିଷୟରେ ଯୁବକମାନଙ୍କୁ ବୁଝାଇଥିଲେ । କର୍ମୀମାନେ କିପରି ଭାବେ ଏକଜୁଟ ହୋଇ ବିଜେଡି ଦଳକୁ ସଂଗଠିତ କରାଯାଇ ପାରିବ ସେ ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ ।

Leave A Reply

Your email address will not be published.

13 − seven =