୫୦ ବାଳିକାଙ୍କୁ କିକ୍‌ ଅଫ୍‌ ସଲ୍ୟୁଶନର କ୍ରୀଡ଼ାବୃତ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଭାରତ ଏବଂ ଆଫ୍ରିକାର ୫୦ ଜଣ ବାଳିକାଙ୍କୁ କ୍ରୀଡ଼ାବୃତ୍ତି ମାଧ୍ୟମରେ ଫିଫା ବିଶ୍ୱକପ୍‌ ଦେଖିବାର ସୁଯୋଗ ଦେଉଛି ସ୍ବେଚ୍ଛାସେବୀ ସଙ୍ଗଠନ କିକ୍‌ଅଫ ସଲ୍ୟୁଶନ । କ୍ରୀଡ଼ା ଦ୍ୱାରା ବିକାଶ ଏହି ସଙ୍ଗଠନର ମୁଖ୍ୟ ଲକ୍ଷ୍ୟ ହୋଇଥିବା ବେଳେ ପଛୁଆ ବର୍ଗର ବାଳିକାମାନଙ୍କୁ କ୍ରୀଡ଼ାବୃତ୍ତି ଜରିଆରେ ମୁଖ୍ୟସ୍ରୋତରେ ସାମିଲ କରୁଛି ।

ୟୁନିଫାଏ-୨୦୨୨ କାର୍ଯ୍ୟକ୍ରମ ମାଧ୍ୟମରେ ସୋମବାର ୫୦ ଜଣ ବାଳିକା ଗୋଟିଏ ପ୍ଲାଟ୍‌ଫର୍ମରେ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ର ଖେଳାଳି ମାନଙ୍କୁ ଭେଟିବାର ସୁଯୋଗ ମଧ୍ୟ ପାଇଥିଲେ । ଅନୁସୂଚିତ ଜନଜାତି ସମ୍ପ୍ରଦାୟ ତଥା ଅନ୍ୟ ପଛୁଆ ବର୍ଗରେ ରହିଥିବା ଲିଙ୍ଗଗତ ପ୍ରଭେଦକୁ ଦୂର କରିବା ପାଇଁ ଆମର ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ମତ ଦେଇଛନ୍ତି ପ୍ରତିଷ୍ଠାତା ତଥା ସିଇଓ ସୁବ୍ରତ ବିଶ୍ୱାସ । ଏହି ବାଳିକାମାନେ ନିଜ ପାଇଁ ଆଦର୍ଶ । ନିଜର ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପ କାରଣରୁ ଏମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜି ପାରିଛନ୍ତି ବୋଲି କହିଛନ୍ତି କିକ୍‌ ଅଫ୍‌ ସଲ୍ୟୁଶନର ଗ୍ଲୋବାଲ ପ୍ରୋଗ୍ରାମ ନିର୍ଦ୍ଦେଶକ ଆନନ୍ଦ ଦେବଶର୍ମା । କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଏହି ୫୦ ବାଳିକାଙ୍କୁ ଭାରତ ଏବଂ ଆମେରିକା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ଦେଖିବାର ସୁଯୋଗ ମଧ୍ୟ ମିଳିବ ।

Leave A Reply

Your email address will not be published.

5 × 2 =