csstore

ବଲାଙ୍ଗିର ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫିଫା ୧୭ ବର୍ଷରୁ କମ୍‌ ମସିହା ବିଶ୍ଵକପ- ୨୦୨୨କୁ ଓଡିଶାରେ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ତରଫରୁ ସମସ୍ତଙ୍କ ପାଇଁ ଫୁଟବଲ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାରେ ୧୭ ବର୍ଷରୁ କମ୍‌ ବାଳକ ବାଳିକାମାନଙ୍କ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅଦ୍ୟ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି କ୍ରୀଡା ପତାକା ଉତ୍ତୋଳନ କରି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଆଞ୍ଚଳିକ ନିର୍ଦ୍ଦେଶକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସମ୍ବଲପୁର ବିକାଶ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ଶାରିରୀକ ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ଵାଳ ମଞ୍ଚାସୀନ ଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସରୋଜ କୁମାର ନାୟକ ମଞ୍ଚ ସଞ୍ଚାଳନ କରିଥିଲେ । ତ। : ୧୧.୧୦.୨୦୨୨ରୁ ତ। : ୧୭.୧୦.୨୦୨୨ ସପ୍ତାହ ବ୍ୟାପି ଖେଳ ଅନୁଷ୍ଠିତ ହେବ ।

ଆଜି ବାଳକ ବିଭାଗର ଖେଳ ବଲାଙ୍ଗିର ବ୍ଲକ ଓ ଲୋଇସିଂହ। ବ୍ଲକ ମଧ୍ୟରେ ଖେଳାଯାଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ୨ଟି ଲେଖାଏ ଗୋଲ ସ୍କୋର କରି ସମାନ ସ୍ଥିତିରେ ରହିଥିଲା, ଫଳରେ ଟ୍ରାଇବେକର ସାହାଯ୍ୟରେ ବଲାଙ୍ଗିର ଦଳ ୩/୧ ଗୋଳରେ ବିଜେତା ହୋଇଥିଲା । ବଲାଙ୍ଗିର ବ୍ଲକ ତରଫରୁ ପ୍ରବୀଣ ଲାକ୍ରା (ଜର୍ସି ନ॰-୧୧) ଦୁଇଟି ଗୋଲ ସ୍କୋର କରିଥିବା ବେଳେ ଲୋଇସିଂହ। ବ୍ଲକ ତରଫରୁ ଲିପୁନ ବିଶି (ଜର୍ସି ନ॰-୬) ଓ ସୌମ୍ୟ ରଞ୍ଜନ ଧରୁଆ (ଜର୍ସି ନ॰-୨) ଗୋଲ ସ୍କୋର କରିଥିଲେ ।

ବାଳିକା ବିଭାଗରେ ସଇଁତଳା ଓ ଦେଓଗାଁ ବ୍ଲକ ମଧ୍ୟରେ ଖେଳାଯାଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ସଇଁତଳା ବ୍ଲକ ତରଫରୁ ଦୋଳେଶ୍ଵରୀ ବୁଡେକ ୨ଟି ଗୋଲ ସ୍କୋର ଓ ଗୀତାଞ୍ଜଳି ମାଝୀ ଗୋଟିଏ ଗୋଲ ସ୍କୋର କରି ବିଜେତା ହୋଇଥିଲା । ଆଜିର ଖେଳକୁ ରାଜେନ୍ଦ୍ର ସେଠ, ସୁଦର୍ଶନ ସେଠ, ଆଶିଷଦେବ ସା, ଉପେନ୍ଦ୍ର ଚନ୍ଦନା, ଦୋଳ ଗୋବିନ୍ଦ ମୁଣ୍ଡା, ରାଜେନ୍ଦ୍ର ଧରୁଆ, ବୈକୁଣ୍ଠ ଜେନା, ସୁଶାନ୍ତ କୁମାର ନାଗ, ସସ୍ମିତା ରାଣୀ ମିଶ୍ର ପରିଚାଳନା କରିଥିବା ବେଳେ ନରସିଂହ ସ୍ଵାମୀ ନାଇଡୁ ମ୍ୟାଚ କମିଶନର ଦାୟିତ୍ଵ ତୁଲାଇଥିଲେ । ଆସନ୍ତା କାଲି ବାଳକ ବିଭାଗରେ ବଲାଙ୍ଗିର ବ୍ଲକ ଓ ପାଟଣାଗଡ ବ୍ଲକ ଓ ବାଳିକା ବିଭାଗରେ ସଇଁତଳା ଓ ବଲାଙ୍ଗିର ବ୍ଲକ ମଧ୍ୟରେ ଖେଳାଯିବ ।

jayashree
Leave A Reply

Your email address will not be published.