jsm

ଜେଏସଏମ ବାଣିଜ୍ୟ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ମିଟ୍ ୨୦୨୨

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆରଏନ ସିଂଦେଓ କ୍ରୀଡା କମ୍ପ୍ଲେକ୍ସ ଠାରେ ଜେଏସଏମ ବାଣିଜ୍ୟ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଭାଗୀୟ ବନ ଅଧିକାରୀ ନିତିଶ କୁମାର, ଅତିରିକ୍ତ କଲେକ୍ଟର ବଲାଙ୍ଗିର ଆଦିତ୍ୟ ଦଳବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ପରାସର ବାଗ ଯୋଗଦାନ କରିଥିଲେ । ଅତିଥିଗଣ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡା ପ୍ରତି ଆଗ୍ରହ ଓ କ୍ରୀଡା ଦ୍ୱାରା ଜୀବନ ଗଠନ ଉପରେ ଉତ୍ସାହ ପ୍ରଦାନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନେକ ଗୁଡାଏ କ୍ରୀଡା ପ୍ରତିଯୋଗିତା ଯଥା ଦୌଡ, ସଟଫୁଟ୍‌, ଡିସ୍କସ୍, ଜେଭଲିନ୍‌ ଥ୍ରୋ ଇତ୍ୟାଦି ପ୍ରତିଯୋଗିତା ଗୁଡିକ କରିଥିଲେ । ଅନେକ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜେତା ହେବା ସହିତ ଚମତ୍କାର ପ୍ରଦର୍ଶନ ପାଇଁ ୨୦୨୨ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ +୨ରୁ ହାନସିକା ଶର୍ମା (+୨ ପ୍ରଥମ ବର୍ଷ), ଏମ୍‌ଡି ଆଦିଲ୍ (+୨ ଦ୍ୱିତୀୟ ବର୍ଷ), +୩ରୁ ଟି ସେରିନା ଫ୍ଲୋରେନ୍ସ (+୩ ଦ୍ୱିତୀୟ ବର୍ଷ) ଓ ଆକାଶ କୁମାର ମାଜି (+୩ ଦ୍ୱିତୀୟ ବର୍ଷ) ଚାମ୍ପିୟନ୍ସ ଭାବରେ ଛିଡା ହୋଇଥିଲେ । ପ୍ରତିଯୋଗିତା ପରେ ଅତିଥିମାନଙ୍କ ସହିତ ରାମ କୁମାର ପାଣିଗ୍ରାହୀ ପ୍ରିନ୍ସିପାଲ୍ କେନ୍ଦ୍ରିୟ ବିଦ୍ୟାଳୟ, ଜେଏସଏମ ବାଣିଜ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ଶର୍ମା, ପରାମର୍ଶଦାତା ପିତବାସ ପଣ୍ଡା, କଲେଜ ସମ୍ପାଦିକା ସୁମନ ଶର୍ମା, ପ୍ରିନ୍ସିପାଲ୍ ଚେତନା ଅଗ୍ରୱାଲ, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ବିଜେତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କଲେଜର ପ୍ରଶାସନିକ ଅଧିକାରୀ ଶୈଳେସ କୁମାର ପାଲଙ୍କର ଧନ୍ୟବାଦ ଅର୍ପଣ କରିବା ସହିତ କ୍ରୀଡା ଶିକ୍ଷକ ନିରୋଜ କୁମାର ମିଶ୍ର ଦ୍ୱାରା ଉକ୍ତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ୨୦୨୨ର ସମାପ୍ତି ସମାରୋହ କରାଯାଇଥିଲା ।

yuvodaya
Leave A Reply

Your email address will not be published.